Uncategorized

ଅନୁଗୁଳ ପୋଲିସ ପକ୍ଷରୁ ପ୍ରାକ ନିର୍ବାଚନୀ ପେଟ୍ରୋଲିଂ କଡାକଡି 

ଅନୁଗୁଳ,୨୧/୪ (ଉତ୍କଳ ସମାଚାର): ନିର୍ବାଚନ ଅବ୍ୟବହିତ ପୂର୍ବରୁ ଅନୁଗୁଳ  ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ଦାଗୀ ,ଡକାୟତି , ରାହାଜାନି ଓ ସନ୍ଦହି ଗତି ବିଧି ଉପରେ ନଜର ରଖାଯିବା  ସଙ୍ଗେ ସଙ୍ଗେ ସାନ୍ଧ୍ୟ ଓ ରାତ୍ର କାଳୀନ ପେଟ୍ରୋଲିଂ ବ୍ୟବସ୍ଥା କୁ କଡା କଡ଼ି କରାଯାଇଅଛି | ଶୁକ୍ରବାର ରେ ସନ୍ଧ୍ୟାକାଳୀନ ପେଟ୍ରୋଲିଂ ସମୟରେ ଅନୁଗୁଳ ଜିଲ୍ଲାର ସମଗ୍ର ଥାନା ମାନଙ୍କର ସାମୁହିକ ଚଢାଉ କରାଯାଇ ସମୁଦାୟ ୧୪ ଗୋଟି  ଅବକାରୀ କେସ ବିଭିନ୍ନ ଥାନା ମାନଙ୍କରେ ରୁଜୁ କରାଯାଇ ୧୪ଜଣ ମୁଦାଲାଙ୍କୁ ଗିରଫ କରାଯାଇଛି | ସେମାନଙ୍କ ଠାରୁ ବିଦେଶୀ ମଦ ୨୩୪.୨ ଲିଟର,  ଆଇ ଡି ଲିକର୍ ୫୩ ଲିଟର ଓ ଓ ଏସ ଲିକାର ୨୬.୮ ଲିଟର ଜବତ କରାଯିବା ସହ ସେମାନଙ୍କର   ବେଆଇନ  ମଦ କାରବାରରେ ବ୍ୟବହୃତ ଫ୍ରୀଜ ,ନଗଦ ୧,୧୩,୦୫୦ ଟଙ୍କା ଏବଂ ଅନ୍ୟାନ୍ୟ  ଜିନିଷ ଗୁଡିକୁ ମଧ୍ୟ ଜବତ କରାଯାଇଅଛି | ଏତତ   ବ୍ୟତୀତ ରାତ୍ର ପେଟ୍ରୋଲିଂ ସମୟରେ ସମଗ୍ର ଜିଲ୍ଲା ର ଥିବା ସବୁ ହୋଟେଲ , ଲଜ, ଗୁଡିକୁ ମଧ୍ୟ ଯାଞ୍ଚ କରାଯାଇଥିଲା | ଓ ହୋଟେଲ ମାଲିକ ମାନଙ୍କୁ ସରାଇ ଏକ୍ଟ ଅନୁଯାୟୀ ତାଙ୍କର ନିଜ ନିଜ ଥାନା ମାନଙ୍କରେ ଅକୁପାଣ୍ଟ ଚାର୍ଟ ପ୍ରତ୍ୟହ ଦେବା ନିମନ୍ତେ ନିର୍ଦ୍ଧେଶ ଦିଆଯାଇଅଛି | ଏହା ସହିତ ୱାରେଣ୍ଟ ଡ୍ରାଇଭ କରାଯାଇ ୩ ଜଣ ୱାରେଣ୍ଟୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଅଛି ।

Leave a Reply

Your email address will not be published. Required fields are marked *