ମହାନଗରମୁଖ୍ୟ ଖବରରାଜ୍ୟ

ଜାଗାମିଶନ ଯୋଜନାରେ ପଟ୍ଟା ପ୍ରଦାନ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କଲେ ବସ୍ତିବାସିନ୍ଦା

ଅତାବିରା,୫/୧ (ଉତ୍କଳ ସମାଚାର) (ଖିରୋଜ ନାୟକ) : ବରଗଡ ଜିଲ୍ଲା ଅତାବିରା ଏନଏସିର କଟକିଆ ପଡାବାସୀ ଓ ବନ୍ଦ ପଡାବାସୀ ଗୁରୁବାର ଅପରାହ୍ନ ସମୟରେ  ଅତାବିରା ତହସିଲ କାର୍ଯ୍ୟାଳୟକୁ ଆସି ତହସିଲଦାର ବ୍ରଜକିଶୋର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ଜମିପଟ୍ଟା ପ୍ରଦାନ କରିବା ପାଇଁ ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଅତାବିରା ଏନଏସିର ୪ ନମ୍ବର ଓ୍ବାର୍ଡରେ  କଟକିଆ ପଡା ଓ ବନ୍ଦ ପଡାରେ ଦୀର୍ଘ ୬୦ ବର୍ଷରୁ ଅଧିକ  ହେବ ସମସ୍ତ ବସ୍ତିବାସିନ୍ଦା ଭାବେ ଜନବସତି ସ୍ଥାପନ କରିଅଛୁ ଓ ଅତାବିରା ର ସ୍ଥାୟୀ ବାସିନ୍ଦା ଭାବେ ରହିଅଛୁ  | ଏନଏସି ତରଫରୁ ଓଡିଶା ସରକାରଙ୍କ ଜାଗା ମିଶନ ଅଭିଯାନ ଚାଲିଥିବା ସମୟରେ ସମ୍ବଲପୁର RDC ଉକ୍ତ ସ୍ଥାନକୁ ପରିଦର୍ଶନରେ ଯାଇଥିଲେ  ପଡାବାସୀଙ୍କୁ ଜାଗା ମିଶନ ଯୋଜନାରେ ଅନ୍ତର୍ଭୁକ୍ତ କରି ପଟ୍ଟା ଦେବାପାଇଁ  ଓ ସମସ୍ତ ତଥ୍ୟ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି  କିନ୍ତୁ ଏପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଇନାହିଁ ଖୁବଶୀଘ୍ର ପଟ୍ଟା ପ୍ରଦାନ କରାଯାଉ ବୋଲି ଉକ୍ତ ପଡାବାସି ଅତାବିରା ତହସିଲ କାର୍ଯାଳୟକୁ ଆସିଥିଲେ ଓ ଏକ ଅତାବିରା ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି  | 

Leave a Reply

Your email address will not be published. Required fields are marked *