ମହାନଗରମୁଖ୍ୟ ଖବରରାଜ୍ୟ

ଜୟ ହନୁମାନ ସମିତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୭୧ତମ ଜନ୍ମଦିନ ପାଳନ

ରାଉରକେଲା,୯/୧ (ଉତ୍କଳ ସମାଚାର): ମାଟିର ପୁତ୍ର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୭୧ତମ ଜନ୍ମଦିନ ଅବସରରେ ରାଉରକେଲା ମାଟିର ପୁତ୍ର, ପୂର୍ବତନ କେନ୍ଦ୍ର ଇସ୍ପାତ ଓ କୋଇଲା ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଏବଂ ହନୁମାନ ଭାଟିକାର ଚେୟାରମ୍ୟାନ୍ ଦିଲ୍ଲୀପ ରାୟଙ୍କ ୭୧ତମ ଜନ୍ମଦିନରେ, ହନୁମାନ ଭାଟିକାରେ ସଚିବ ଶୁଭ ପଟ୍ଟନାୟଙ୍କ ସଂକଳ୍ପ ନେଇ ଦୀପ ପ୍ରଜ୍ୱଳିତ କରାଯାଇଥିଲା। ହନୁମାନ ଭାଟିକାରେ ଅବସ୍ଥିତ ସମସ୍ତ ୨୧ଟି ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଦିଲୀପ ରାୟଙ୍କ ଦୀର୍ଘ ଜୀବନ ପାଇଁ କାମନା କରିଥିଲେ।   ଶ୍ରୀ ପଟ୍ଟନାୟକ ଆଜି ମଧ୍ଯାହ୍ନ ୧୨.୩୦ ସମୟରେ କେକ୍ କାଟିବା ଏବଂ ପ୍ରସାଦ ସେବନର ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ସହରର ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ତଥା ଧାର୍ମିକ ସଂଗଠନର ଅଧ୍ଯକ୍ଷ ଓ ପଦାଧିକାରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ଓମ୍ ପ୍ରକାଶ ଗୁପ୍ତା, ସୁନୀଲ କାୟଲ, ମହେଶ ବାଜିର, ବିନୋଦ ଶର୍ମା, ଆଶିକ୍ ବାରସୁଆ, ମନୋଜ ଅଗ୍ରୱାଲ, ସାନ୍ତୋଶ ଅଗ୍ରୱାଲ, ନରେଶ ଅଗ୍ରୱାଲ, ଛଗନଲାଲ ଜୈନ, ଗୁରୁମିତ ସିଂ, ଗଣେଶ ବାଗେଡିଆ, ଗୋପାଳ ବାଗେଡିଆ, ରାଜେଶ ଗର୍ଗ, ବିନୟ ଶର୍ମା, ନିହାର ରାୟ, ଉଷା ଅଗ୍ରୱାଲ, ତାରା କୃଷ୍ଣ, ଜଗବନ୍ଧୁ ବେହେରା, ଲତିକା ପଟ୍ଟନାୟକ, ଆନନ୍ଦ ଚନ୍ଦ୍ର ମହାନ୍ତି, ଅବିନାଶ ପ୍ରଧାନ, ଅଜିତ ତିର୍କି, ରମେଶ ଅଗ୍ରୱାଲ (ବାରସୁଆ)ଙ୍କ ସମେତ ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *