ମହାନଗରମୁଖ୍ୟ ଖବରରାଜ୍ୟ

ଟାଟା ଷ୍ଟିଲ ଲିମିଟେଡର ଗନ୍ଧଲପଡ଼ା ଲୌହ ଖଣି ର ପରିବେଶ ମଞ୍ଜୁରୀ ନିମନ୍ତେ ଜନ ଶୁଣାଣୀ

ଯୋଡା,୧୦/୧ (ଉତ୍କଳ ସମାଚାର): କେନ୍ଦୁଝର ଜିଲ୍ଲା, ଯୋଡ଼ା ଖଣି କ୍ଷେତ୍ରରେ ଥିବା ଟାଟା ଷ୍ଟିଲ ମାଇନିଂ ଲିମିଟେଡ ର ଗନ୍ଧଲପଡ଼ା ଲୌହ ଖଣି ର ପରିବେଶ ମଞ୍ଜୁରୀ ନିମନ୍ତେ ଜନଶୁଣାଣୀ ବୁଧବାର ଗନ୍ଧଲପଡ଼ା ଠାରେ ଅନୁ୍ଷ୍ଠିତ ହୋଇଯାଇଛି । ଏହି ଅଞ୍ଚଳରେ ଥିବା ଗନ୍ଧଲପଡ଼ା, ଗୁଆଲି ଏବଂ ବରପଦା ଗ୍ରାମରେ ସମୁଦାୟ 241.10 ହେକ୍ଟର ପରିମିତ ଅଞ୍ଚଳରେ ଅବସ୍ଥିତ ଗନ୍ଧଲପଡ଼ା ଲୌହ ପଥର ଖଣିରୁ ବାର୍ଷିକ ଉତ୍ପାଦନ 10 ନିୟୁତ ଟନ୍ (ଆର ଓ ଏମ୍) ସହିତ ସମୁଦାୟ ବାର୍ଷିକ 18 ନିୟୁତ ଟନ୍ ଉତ୍ତୋଳନ କରିବା ନିମନ୍ତେ ପ୍ରସ୍ତାବ ରହିଛି । ଏହି ସଭା କୁ ଶ୍ରୀ ଘାସିରାମ ମୁର୍ମୁ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସହର ଉନ୍ନୟନ ସଂସ୍ଥା, କେନ୍ଦୁଝର ସଭାପତିତ୍ବ କରିଥିଲେ ଏବଂ ଶ୍ରୀ ପ୍ରଶାନ୍ତ କର, ଆଞ୍ଚଳିକ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପରିଚାଳନା କରିଥିଲେ । ସର୍ବମୋଟ 130 ଜଣ ସ୍ଥାନୀୟ ଅଞ୍ଚଳବାସୀ ନିଜ ନିଜର ମତବ୍ୟକ୍ତ କରି ଅଞ୍ଚଳର ଉନ୍ନତି ସହ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ତିନି ଜଣ ଲିଖିତ ଦାବି ଜଣାଇଥିଲେ। ପ୍ରଭାବିତ ଅଞ୍ଚଳର ସ୍ଥାନୀୟଙ୍କୁ ନିଯୁକ୍ତି, ସ୍ଵାସ୍ଥ୍ୟ ସେବା, ପାରିପାର୍ଶ୍ବକ ଉନ୍ନତି, ପାନୀୟ ଜଳ ର ସୁବ୍ୟବସ୍ଥା, ବିଦ୍ୟୁତ୍ କରଣ, ଆଦି ଦାବି କରି ଏହି ପ୍ରସ୍ତାବ କୁ ସେମାନେ ସମର୍ଥନ ଜଣାଇଥିଲେ। ସଭା ଶେଷରେ ଟାଟା ଷ୍ଟିଲ ଲିମିଟେଡ ପକ୍ଷରୁ ଅତୁଲ ଭଟ୍ଟନାଗର, ମହାପ୍ରବନ୍ଧକ (ଓ ଏମ୍ କ୍ୟୁ) ନିଜ ବକ୍ତବ୍ୟରେ ଲୋକମାନଙ୍କ ଦାବି ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ ।

Leave a Reply

Your email address will not be published. Required fields are marked *