Uncategorizedମହାନଗରମୁଖ୍ୟ ଖବରରାଜ୍ୟ

ଗ୍ରାମ୍ୟ ସ୍ତରୀୟ ବିପର୍ଜୟ ପରିଚାଳନା ଓ ତାର ମୁକାବିଲା ସମନ୍ଧରେ କର୍ମଶାଳା

ନବରଙ୍ଗପୁର,୧୨/୧ (ଉତ୍କଳ ସମାଚାର) (ନରସିଂ ବାଘ) : ଆଜି ସ୍ଥାନୀୟ ଡି ପି ଆର ସି ସଭାଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ସମନ୍ଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହାର ଉଦ୍ଦେଶ୍ୟ ଲକ୍ଷ୍ୟ ତଥା ବିଭିନ୍ନ ପକ୍ରିୟା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା l ପ୍ରକାଶ ଥାଉକି, ବିପର୍ଯ୍ୟୟ ପରିଚାଳନା ଓ ତାର ମୁକାବିଲା ସମନ୍ଧରେ ଓଡିଶା ସାରା ବିଶ୍ୱରେ ଏକ ଅଭିନ୍ନ ଉଦାହରଣ ସ୍ରୁଷ୍ଟି କରିପାରିଛି ବୋଲି ଜିଲ୍ଲାପାଳ ଡଃ ମିଶ୍ର ପ୍ରକାଶ କରିଥିଲେ l ସେହିପରି ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ସମନ୍ଧରେ ସମସ୍ତଙ୍କୁ ରାଜ୍ଯ ସ୍ତରରୁ ପ୍ରତ୍ୟେକ ଗ୍ରାମ୍ୟ ସ୍ତର ପର୍ଯ୍ଯନ୍ତ କିପରି ସଚେତନତା ସୃଷ୍ଟି କରାଯାଇ ପାରିବ ତାହା ଆଜିର ବୈଠକର ମୂଳ ଉଦ୍ଦେଶ୍ୟ ଥିଲା ବୋଲି ଜିଲ୍ଲାପାଳ ଡଃ ମିଶ୍ର ପ୍ରକାଶ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଉପସ୍ଥିତ ଥିବା ସମସ୍ତ ପଦାଧିକାରୀ ଏବଂ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କୁ ନିଜ ଗ୍ରାମ୍ୟ ଅନୁଯାଇ ବ୍ୟାପକ ଖସଡା ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରିଥିଲେ l ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲା ର ନବରଙ୍ଗପୁର, ନନ୍ଦାହାଣ୍ଡି ଓ କୋଷାଗୁମୁଡ଼ା ବ୍ଳକର ୨୫ ଟି ପଞ୍ଚାୟତ ଅଧିନସ୍ଥ ୬୦ ଟି ଗ୍ରାମରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଉକ୍ତ ବୈଠକରେ ବିଭିନ୍ନ ଜିଲ୍ଲା ସ୍ତରୀୟ ପଦାଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସ୍ଵେଚ୍ଛାସେବୀ ସଂଗଠନ ସାହାରା ଉମରକୋଟ ର ଅଶୋକ ପ୍ରଧାନ, ମନୋଜ ଧଳ ଏବଂ ବିକାଶ ଭୁବନେଶ୍ବର ର ଅସିତ କୁମାର ସାହୁ , ଜିଲ୍ଲା ଜରୁରୀ କାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡଃ ଅମୃତ କୁମାର ରାଉଳ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *