ମୁଖ୍ୟ ଖବରରାଜନୀତିରାଜ୍ୟ

ଏକାଦଶାହ ରେ ସ୍ବର୍ଗୀୟ କସ୍ତୁରୀ ପାତ୍ର ଙ୍କୁ ଶ୍ରଦ୍ଧାଞ୍ଜଳୀ।

ରାଉରକେଲା//13/01/2024//(ଉତ୍କଳ ସମାଚାର)://  ସମାଜସେବୀ ସରୋଜ ପାତ୍ର ଙ୍କ ମାତା ସ୍ବର୍ଗୀୟ କସ୍ତୁରୀ ପାତ୍ର ଙ୍କ ଆଜି ଏକାଦଶାହ ଶ୍ରାଦ୍ଧ ଦିବସ ବାସନ୍ତୀ କଲୋନୀ ସ୍ଥିତ କନ୍ଯକା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ସରକାର ଙ୍କ ଶ୍ରମ ଓ ଇଏସ୍ଆଇ ବିଭାଗୀୟ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ବିଜେଡି ନଗର ସଭାପତି ଗଗନ ପଣ୍ଡା, ଲକ୍ଷ୍ମଣ ପାତ୍ର,କୁଞ୍ଜ ବିହାରୀ ରାଉତ, ପିଙ୍କୁ ଜୟସ୍ବାଲ,ଅଜୟ ପ୍ରଧାନ, ସଞ୍ଜୟ ନାୟକ, ପ୍ରକାଶ ଧଳ ପ୍ରମୁଖ ଯୋଗ ଦେଇ ତାଙ୍କ ର ଫଟୋଚିତ୍ର ରେ ପୁଷ୍ପଗୁଚ୍ଛ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅମର ଆତ୍ମା ର ସଦଗତି କାମନା କରିଥିଲେ। ଏଥିସହ ପରିବାର ବର୍ଗଙ୍କ ଗହଣରେ ରେ କିଛି ସମୟ ଅତିବାହିତ କରି ସାନ୍ତ୍ଵନା ଦେଇଥିଲେ। ସ୍ବର୍ଗୀୟ କସ୍ତୁରୀ ପାତ୍ର ଜଣେ ସ୍ନେହୀ ଓ ଉଦାର ହୃଦୟ ର ମହିଳା ଭାବେ ଅଞ୍ଚଳ ରେ ସମସ୍ତ ଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ‌।

Leave a Reply

Your email address will not be published. Required fields are marked *