ମୁଖ୍ୟ ଖବରରାଜ୍ୟ

ସ୍ୱର୍ଗତ ରାହାସ ବିହାରୀ ମହାପାତ୍ରଙ୍କ ଜନ୍ମ ଜୟନ୍ତୀ ପାଳନ ଓ ଶ୍ରଦ୍ଧାଞ୍ଜଳୀ ସଭା

ରାଉରକେଲା//୦୪/୦୨(ଉତ୍କଳ ସମାଚାର)//ଉତ୍କଳମଣି ଗୋପବନ୍ଧୁ ୱେଲଫେୟର ଟ୍ରଷ୍ଟ, ରାଉରକେଲା ସଚେତନ ନାଗରିକ ମଞ୍ଚ ଓ ରାଉରକେଲା ପୂଜ୍ୟପୂଜା ପରିଷଦ ମିଳିତ ଆନୁକୁଲ୍ୟରେ ଗାୟିତ୍ରି ଉପାସକ ଡାକ୍ତର ରାହାସ ବିହାରୀ ମହାପାତ୍ର ଙ୍କ ୭୩ ତମ ଜୟନ୍ତି ଓ ଏକ ସ୍ମୃତି ସଭା ଉତ୍କଳମଣି ଗୋପବନ୍ଧୁ ୱେଲଫେୟର ଟ୍ରଷ୍ଟ ର ସମ୍ପାଦକ ଅରୁଣ କୁମାର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଚିକିଛିକ ଡାକ୍ତର ଫକୀର ଚରଣ ହୋତା , ଡାକ୍ତର ଇନ୍ଦ୍ରାଣୀ ସହୁ, ଡାକ୍ତର ବିଷ୍ଣୁପ୍ରିୟା ସହୁ, ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ପି ପି ରାୟ, ବିଜୁ ଯୁବ ଜନତା ଦଳର ରାଜ୍ଯ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ପୁହାଣ ଯଥାକ୍ରମେ ଉଦ୍ଘାଟନ ,ମୂଖ୍ୟ ଅତିଥି, ମୂଖ୍ୟ ବକ୍ତା ଓ ସନ୍ନମାନିତ ଅଥିତି ଭାବେ ଯୋଗଦେଇ ଡାକ୍ତର ରାହାସବିହାରୀ ମହାପାତ୍ର ଙ୍କର କର୍ମମୟ ଜୀବନ, ସମାଜସେବା, ରୋଗୀସେବା, ସର୍ବୋପରୀ ଗୟିତ୍ରୀ ଉପାସକ ଭାବେ ସାର ରାଜ୍ୟରେ ତାଙ୍କର ଭୂମିକା ସଂପର୍କରେ ବିଶଦ ଆଲୋଚନା କରାଯାଇଥିଲା। କରନା ରୋଗୀକୁ ଉତ୍ସର୍ଗୀକୃତ ଭାବେ ସେବାକାରୀ ନିଜେ ମହାମାରୀ କରୋନାରେ ଜୀବନ ହରାଇଥିବା ବକ୍ତା ମାନେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନାତନ ସହୁ ସହ ସମ୍ପାଦିକା ସଚଲା ପଣ୍ଡା, ଭଗବାନ ସାହୁ, ବିପିନି ବିହାରି ରାଉତରାୟ, ଶାନ୍ତନୁ ମୁଦୁଲି, ରାମ ଚନ୍ଦ୍ର ସାମଲ, ନରେନ୍ଦ୍ର କୁମାର ମଲ୍ଲିକ, କମଳା କାନ୍ତ ପତି, ସନାତନ ବାରିକ, ବାସୁଦେବ ସାମଲ, ସୁନୀତା ପରିଡ଼ା, କୈଳାଶ ମଲ୍ଲିକ, ବି ଏନ ଦାସ, ଚାନ୍ଦମଣି ମାଝୀ, ଲକ୍ଷ୍ମୀ ମୁର୍ମୁ, ରାମୁ ମାଝୀ, କାଳନ୍ଦୀ ସୁତାର, ଶ୍ରୀନାଥ ନାୟକ, ଯଶୋବନ୍ତୀ ଭୁମିଜ୍, ଚିତ୍ତରଞ୍ଜନ ବଳ, ପରମାନନ୍ଦ ବେହେର ଓ ସାମ୍ବାଦିକ ରାନୁ ମହାପାତ୍ର ପ୍ରମୁଖ ଯୋଗ ଦେଇ ଡାକ୍ତର ମହାପାତ୍ର ଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଡାକ୍ତର ମହାପାତ୍ର ଙ୍କ ନାମରେ କୀଛି ଜନହିତକର କାର୍ଯ୍ୟ କରିବାପାଈଁ ସଭାରେ ମତପ୍ରକାଶ ପାଇଥିଲା ଶେଷରେ ଶାନ୍ତନୁ ମୁଦୁଲି ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପାରମ୍ଭରେ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ଜିତେନ୍ଦ୍ର ମହାନ୍ତି ଙ୍କ ଶୁଭ କାମନା ବାର୍ତ୍ତା ସଭାରେ ପାଠ କରାଯାଇଥିଲା।

Leave a Reply

Your email address will not be published. Required fields are marked *