ମହାନଗରମୁଖ୍ୟ ଖବରରାଜ୍ୟ

ଆସ୍ଥା ଟ୍ରେନ ଯୋଗେ ତିନି ଶହରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳଙ୍କ ଅଯୋଧ୍ୟା ଯାତ୍ରା

ରାଉରକେଲା, ୧୦/୨ (ଉତ୍କଳ ସମାଚାର): ରାଉରକେଲା ଆରଏମସି ପକ୍ଷରୁ ଆଜି ତିନି ଶହ ଶ୍ରଦ୍ଧାଳୁ ଅଯୋଧ୍ୟରେ ପ୍ରଭୃ ରାମଙ୍କ ଦର୍ଶନ ପାଇଁ ଯାତ୍ରା କରିଛନ୍ତି । ସମ୍ବଲପୁରରୁ ଅଯୋଧ୍ୟା ପର୍ଯ୍ୟନ୍ତ ଚାଲୁଥିବା ଆସ୍ଥା ସ୍ପେଶାଲ ଟ୍ରେନରୁ ରାଚିଂ ହୋଇ ପଶ୍ଚିଂମ ଓଡ଼ିଶାର ଷୋହଳ ଶହରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଅଯୋଧ୍ୟା ଗସ୍ତ କରିଛନ୍ତି । ସଂଘ ପରିବାରର ବିଭିନ୍ନ ଅଚଂଳର କର୍ମକର୍ତା ଯାଇଛନ୍ତି । ଦୁଇଦିନ ପର୍ଯ୍ୟନ୍ତ ଅଯୋଧ୍ୟାରେ ରହି ରାମ ମନ୍ଦିର ସହ ରାମ ଜନ୍ମଭୂମିରେ ରହିବେ । ଆଜି ବିଜେପି ଓ ସଂଘର ନେତା ଓ କର୍ମକର୍ତାମାନେ ରେଲୱେ ଷ୍ଟେସନ ପହଚିଂ ସେମାନଙ୍କୁ ବିଦାୟୀ ଦେଇଥିଲେ । ରେଲୱେ ଷ୍ଟେସନରେ ସଂଘ ପରିବାରର ରମେଶ ଅଗ୍ରୱାଲ, ରାଜୁ ସିଂ, ଅର୍ଜୁନ ସାହୁ, ନରେନ୍ଦ୍ର ସାହୁ, ମନୋଜ ଗୌଡ଼, ଅନିତା ଅଗ୍ରୱାଲ ସମେତ ତିନି ଶହରୁ ଉର୍ଦ୍ଧ୍ୱ ରାମ ଭକ୍ତ ଏହି ଟ୍ରେନ ଯୋଗେ ମଧ୍ୟାହ୍ନ ୧୨ ଟାରେ ଆଯୋଧ୍ୟା ଗସ୍ତ କରିଛନ୍ତି । ବିଜେପିର ଧିରେନ ସେନାପତି, ସୁବ୍ରତ ସାମନ୍ତ ରାୟ, ଲତିକା ପଟ୍ଟନାୟକ, ବାବୁ ସାହୁ, ବାବାଜୀ ସାହୁ, ବିମଲ ବିଶି, ସୁଜିତ ଚୌଧୁରୀ ସମେତ ବହୁ ଲୋକେ ଏମାନଙ୍କୁ ବିଦାୟୀ ଦେଇଥିଲେ । ଷ୍ଟେସନ ପରିସରରେ ଜୟଶ୍ରୀ ରାମ ନାରା ପ୍ରକମ୍ପିତ ହୋଇଥିଲା ।  

Leave a Reply

Your email address will not be published. Required fields are marked *