ମନୋରଞ୍ଜନମହାନଗରମୁଖ୍ୟ ଖବରରାଜ୍ୟ

1997ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅତାବିରା //,(ଉତ୍କଳ ସମାଚାର)//ଖିରୋଜ ନାୟକ//10/12/2023// ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବିର୍ମାଲ ଉଚ୍ଚବିଦ୍ୟାଳୟ 1997ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ 1997ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍କୁଲ ଜୀବନର ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପୁର୍ବତନ ଶିକ୍ଷକ ମୁରଲୀ ଦାଶ,ସାହିତ୍ୟ ଶିକ୍ଷକ ଦାଶରଥି ସାହୁ, ଭୂଗୋଳ ଶିକ୍ଷକ ଦୁର୍ଗାଚରଣ ପଟେଲ, ସଂସ୍କୃତ ଶିକ୍ଷକ ନନ୍ଦଲାଲ ସାହୁ, ଖେଳ ଶିକ୍ଷକ ଲୁବାନ ରଣା ଯୋଗଦେଇ ଗୁରୁଶିଷ୍ୟର ନିବିଡ଼ ସମ୍ପର୍କ ସମ୍ବନ୍ଧରେ ନିଜ ନିଜର ଅଭିଭାଷଣ ରଖିଥିଲେ। ତେବେ ବର୍ତ୍ତମାନର ଗଣିତ ଶିକ୍ଷକ ସୂର୍ଯ୍ୟକାନ୍ତ ପଣ୍ଡା କାର୍ଯ୍ଯକ୍ରମକୁ ସଂଯୋଜନା କରିଥିବା ବେଳେ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଦାସ ମୋ ସ୍କୁଲ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର କ୍ଲାର୍କ,ଶିକ୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ହିନ୍ଦୀ ଶିକ୍ଷକ ଜଗନ୍ନାଥ ପ୍ରଧାନ ଓ କାର୍ଯ୍ୟକ୍ରମରେ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ବିଦ୍ୟାଳୟର କର୍ମଚାରୀ ଶ୍ରଦ୍ଧାକର ଭୁଏ, ଗୁରୁଦେବ ସାହୁ ଓ ପ୍ରଦୀପ ସାହୁ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ବିର୍ମାଲ ସରପଞ୍ଚ ସୁଷମା ଆଚାର୍ଯ୍ୟ ଯୋଗଦେଇ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ । ଆହୁରି ବିର୍ମାଲ ଉଚ୍ଚବିଦ୍ୟାଳୟକୁ ଉନ୍ନତି ଦିଗରେ ଆଗେଇ ନେବାକୁ ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂକଳ୍ପ ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *