ମହାନଗରମୁଖ୍ୟ ଖବରରାଜ୍ୟ

ସହରର ବିଭିନ୍ନ ସମସ୍ୟାକୁ ନେଇ ଏଡିଏମଙ୍କ ସହ ଜିଲ୍ଲା କଂଗ୍ରେସ ପ୍ରତିନଧି ମଣ୍ଡଳଙ୍କ ଆଲୋଚନା

ରାଉରକେଲା,୧୫/୨ (ଉତ୍କଳ ସମାଚାର):ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ମରେ ଏକ ପ୍ରତିନିଧି ମଣ୍ଡଳ ଏଡିଏମ୍ ଓ ରାଉରକେଲା ମହାନଗର ନିଗମ କମିଶନର ଆଶୁତୋଷ କୁଲକୁର୍ଣ୍ଣିକୁ ଭେଟି ସହରର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ମୁଖ୍ୟତ ରାଉରକେଲା ବଣ୍ଡମୁଣ୍ଡା ରାସ୍ତା ଦୁରବସ୍ତା ସହରର ଅବ୍ୟବସ୍ଥିତ ସ୍ୱରେଜ ସିଷ୍ଟମ କାମ ସ୍ୱାସ୍ଥ୍ର‌୍ୟ ସେକ୍ଟର ରିଂ ରୋଡ ମରାମତି ଚାଷୀ ସମସ୍ୟା ଅନ୍ୟାନ୍ୟ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଏହି ସମସ୍ୟା ଉପରେ ଗୁରୁତ୍ୱ ଦେବା ପାଇଁ ଏଡିଏମକୁ ନିବେଦନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳରେ ପୂର୍ବ ବିଧାୟକ ପ୍ରଭାତ ମହାପାତ୍ର ପିସିସି ସାଧାରଣ ସଂପାଦକ ବିରେନ ସେନାପତି ସାବିର ହୁସେନ,ଆରପି ସିଂ,ବାରିଆମ ସିଂ,ମହମ୍ମଦ ସାଜିଦ,ସାଲାଉଦିନ୍ ଖାନ, ଗଣେଶ ପ୍ରଧାନ ଗଜେନ୍ଦ୍ର ତନ୍ତୀ,ପ୍ରଭାତି ମିଶ୍ର,ଶ୍ରୀମତି ଗୀତା ସିଂ,ପ୍ରଶାନ୍ତ ନାୟକ,ନିଜାମୁଦିନ,କୈଲାଶ ସାହୁ,ବିଦ୍ୟା ସାଗର ସିଂ,ଅଶୋକ ନାୟକ,ଆଦେଶ ସନା,ପ୍ରଫୁଲ ପରିଡା,ମନୋନିତ ମହାପାତ୍ର ,ରାନି ସିଂ,ଦିଲିପ୍ ଜେନା ଓ ଅନ୍ୟାନ୍ୟ ସଭ୍ୟ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *