ମହାନଗରମୁଖ୍ୟ ଖବରରାଜ୍ୟ

ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ କଳମାଙ୍ଗରେ ଜଳବାହିତ ରୋଗ ଓ ଡେଙ୍ଗୁ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଯୋଡ଼ା,୧୬/୨ (ଉତ୍କଳ ସମାଚାର): ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଟାଟା ଷ୍ଟିଲର କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପ (କେଜିପି) ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ସହଯୋଗରେ କଳମଙ୍ଗ (ମୁଣ୍ଡାସାହି) ରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ଜଳବାହିତ ରୋଗ ଓ ଡେଙ୍ଗୁକୁ ଭଲ ଭାବେ ବୁଝି ଓ ତାହାର ମୁକାବିଲା କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ । ସେମାନେ ରୋଗର ବିଭିନ୍ନ କାରଣକୁ ଭଲ ଭାବେ ବୁଝିଥିଲେ, ଫଳରେ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଏକ ଉପଯୋଗୀ ଅନୁଭୂତିରେ ପରିଣତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଳବାହିତ ରୋଗ ଓ ଡେଙ୍ଗୁର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରାଯିବା ସହ ଆଖପାଖ ପରିବେଶ ଓ ବ୍ୟକ୍ତିଗତ ସ୍ୱଚ୍ଛତା ବିଷୟରେ ମଧ୍ୟ ଆଲୋକପାତ କରାଯାଇଥିଲା । ଜଳବାହିତ ରୋଗ ଓ ଡେଙ୍ଗୁ ସହ ଜଡ଼ିତ ବିଭିନ୍ନ ଲକ୍ଷଣ ବିଷୟରେ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏହା ଦ୍ୱାରା ସେମାନେ ସମ୍ଭାବ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ଭଲ ଭାବେ ବୁଝିପାରିବେ ଏବଂ ସଠିକ୍ ସମୟରେ ମେଡିକାଲ୍ ସହାୟତା ନେଇପାରିବେ । ପ୍ରତିଷେଧକମୂଳକ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରାଯିବା ସହ ଜଳବାହିତ ରୋଗ ଓ ଡେଙ୍ଗୁ ରୋଗର ମୁକାବିଲା ଲାଗି ସ୍ୱଚ୍ଛ ଜୀବନଶୈଳୀ ବଜାୟ ରଖିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା । ଟିଏସ୍‌ଏଫ୍ ଯୋଡ଼ା ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜନ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ଏବଂ ଦୀର୍ଘସ୍ଥାୟୀ ସ୍ଥାନୀୟ ବିକାଶର ସୁଦୃଢତା଼କୁ ଦର୍ଶାଉଛି ।

Leave a Reply

Your email address will not be published. Required fields are marked *