ମହାନଗରମୁଖ୍ୟ ଖବରରାଜ୍ୟ

ଅତାବିରା ଭିଏସଏସ ନଗରରେ ଷଷ୍ଠ ତମ ନାଇଟ ସର୍ଟ ବାଉଣ୍ଡ୍ରି କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

ବରଗଡ,୧୭/୨ (ଉତ୍କଳ ସମାଚାର) (ଖିରଜ ନାୟକ): ବରଗଡ ଜିଲ୍ଲା ଅତାବିରା ୱାର୍ଡ ନମ୍ବର ଦୁଇ ଭିଏସଏସ ନଗର ଠାରେ ଶୁକ୍ରବାର ରାତି ଆଠଟାରେ ଭିଏସଏସ ନଗର କ୍ରିକେଟ ଏସୋସିଏସନ ତରଫରୁ ୬ଷ୍ଠ ତମ ନାଇଟ ସର୍ଟ ବାଉଣ୍ଡ୍ରି କ୍ରିକେଟ ଟୁର୍ନାମେଣ୍ଟର  ଉଦଘାଟନ  ହୋଇଯାଇଛି | ଏହି ଟୁର୍ନାମେଣ୍ଟରେ ମୁଖ୍ଯଅତିଥି ଭାବେ ଅତାବିରା ଏନଏସି ଅଧ୍ଯକ୍ଷ ବନମାଳୀ ବରିହା , ସମ୍ମାନୀତ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟନାରାୟଣ ତାଣ୍ଡି, ମଣ୍ଟୁ ପଣ୍ଡା, ଟଙ୍କ ଦାସ,କାଉନସିଲର ଶିବାନନ୍ଦ ତ୍ରିପାଠୀ, ଆଇନଜିବୀ ଉନ୍ନି ନାୟାର , ଦୁର୍ଯ୍ୟୋଧନ ସାହୁ, ଖିରୋଜ ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ଏନଏସି ଅଧ୍ଯକ୍ଷ ବନମାଳୀ ବରିହା ଫିତା କାଟି ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଏହି ଟୁର୍ନାମେଣ୍ଟ ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହୋଇ ଆସନ୍ତାକାଲି ଶନିବାର ରାତିରେ ଶେଷ ହେବ। ପ୍ରଥମ ରାତିରେ ୮ଟି ମ୍ୟାଚ ଅନୁଷ୍ଠିତ ହେଉଥିବାବେଳେ ଶେଷଦିନରେ  ମଧ୍ୟ ଆଠଟି ମ୍ୟାଚ ଖେଳ ହେବ | ପ୍ରଥମ ମ୍ୟାଚଟି ଟିପିଡବ୍ୟୁଓଡିଏଲ ଅତାବିରା ଓ ଭୋଇପୁରା ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି ଏବଂ ଏହିଭଳି କ୍ରିକେଟ ଟୁର୍ନାମେଣ୍ଟ ଅତାବିରାରେ କେବଳ ଏଠାରେ ହୋଇଥାଏ ତେଣୁ ଏହାକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ କ୍ରିକେଟ ପ୍ରେମୀମାନେ ଆସିଥାନ୍ତି  ଓ ମ୍ୟାଚ ର ଉପଭୋଗ କରିଥାନ୍ତି  | ଅଭିନାଶ ବାରିକ, ବିକାଶ ବାରିକ, ସନ୍ଦୀପ, ଧୀରଜ ନାଏକ, ଧରଣୀଧର ନାଏକ,ବିସ୍ମୟ ନାଏକ, ଅକ୍ଷୟ ମହାରଣା , ଶିବାନନ୍ଦ ତ୍ରିପାଠୀ, ଅରୁନ ମେହେର  ଏବଂ ଭିଏସଏସ ନଗରର ସମସ୍ତ କ୍ରୀଡାପ୍ରେମୀ ଉକ୍ତ ଟୁର୍ନାମେଣ୍ଟ କରିବାରେ ସହଯୋଗ କରିଛନ୍ତି |

Leave a Reply

Your email address will not be published. Required fields are marked *