ମହାନଗରମୁଖ୍ୟ ଖବରରାଜ୍ୟ

ଆମ ହସ୍ପିଟାଲ ରେ ରୂପାନ୍ତରିତ ତେଶତୋରି ଟି ସରକାରୀ ଡାକ୍ତର ଖାନା

କେନ୍ଦୁଝର,୧୮/୨ (ଉତ୍କଳ ସମାଚାର): ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଭାସୀ ମାଧ୍ୟମରେ ରାଜ୍ୟ ର ତେଶତୋରି ଟି ସରକାରୀ ଡାକ୍ତର ଖାନା କୁ ଆମ ହସ୍ପିଟାଲ ରେ ରୂପାନ୍ତରିତ କରିଛନ୍ତି, ଏଥି ସହିତ ଆଇଭିଆର ପଦ୍ଧତି ରେ ରୋଗୀ ମାନଙ୍କ ମତାମତ ସଂଗ୍ରହ ବ୍ୟବସ୍ଥା, କର୍ମଚାରୀ ମାନଙ୍କ ମୁହଁ ଚି଼ହ୍ନଟ କରି ଵୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ର ଶୁଭାରମ୍ଭ କରିଛନ୍ତି, ଏଥିରେ କେନ୍ଦୁଝର ଜିଲ୍ଲା ସଦର ମହକୁମା ଡାକ୍ତରଖାନା ରୋଗୀ ପଞ୍ଜିକରଣ, ଔଷଧ ବିତରଣ କେନ୍ଦ୍ର ମିଶନ ଶକ୍ତି ଖାଦ୍ୟ ବିତରଣ କେନ୍ଦ୍ର, ସହିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ, ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ, ଘଟଗାଁ ସିଏଚସୀ, ପାଟଣା ସିଏଚସୀ, ହରିଚନ୍ଦନପୁର ସିଏଚସୀ ଅନ୍ତର୍ଭୁକ୍ତ ରହିଛି, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଡ଼ିଏଫ ଓ ଧନରାଜ ଏଚ ଡି, ମୁଖ୍ୟ ଚିକିତ୍ସା ଅଧିକାରୀ, ଧରଣୀଧର ଭେଷଜ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ରାମଚନ୍ଦ୍ର କିସ୍କୁ ପ୍ରମୁଖ ଉପସ୍ଥିତ ଥିଲେ, ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ

Leave a Reply

Your email address will not be published. Required fields are marked *