ମହାନଗରମୁଖ୍ୟ ଖବରରାଜ୍ୟ

ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୩-୨୪ ଦ୍ବିତୀୟ ମ୍ଯାଚରେ ଭାରତ ୧-୦ରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା

ରାଉରକେଲା ୧୮/୨ (ଉତ୍କଳ ସମାଚାର): ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଚତୁର୍ଥ ଦିନର ପ୍ରଥମ ମ୍ଯାଚରେ ଆମେରିକା ମହିଳା ହକି ଦଳକୁ ଚୀନ୍ ମହିଳା ହକି ଦଳ ଭେଟିଥିଲା। ଏହି ମ୍ଯାଚରେ ଚୀନ୍ ମହିଳା ଦଳ ପ୍ରଭାବ ବିସ୍ତାର କରି ମ୍ଯାଚର ୭ ମିନିଟ୍ ସମୟରେ ପେନାଲଟି କର୍ଣ୍ଣର ମାଧ୍ୟମରେ ପ୍ରଥମ ଗୋଲ ଦେଇଥିଲା ବେଳେ ମ୍ଯାଚର ୧୯ ମିନିଟ୍ ଦ୍ବତୀୟ ଗୋଲ ସ୍କୋର କରି ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଚୀନ ମହିଳା ଦଳ ୨-୦ ଅଗ୍ରଣୀଲାଭ କରିଥିଲା । ଅପରପକ୍ଷରେ ଆମେରିକା ମହିଳା ହକି ଦଳ ୩ଟି ପେନାଲଟି କର୍ଣ୍ଣର ସମେତ ବହୁ ସୁଯୋଗ ହାତଛଡ଼ା କରି ମ୍ଯାଚର ଶେଷ ସୁଦ୍ଧା ୦-୨ ଗୋଲରେ ପରାସ୍ତ ହୋଇଥିଲା। ଦିତୀୟ ମ୍ଯାଚ୍ ଅଷ୍ଟ୍ରେଲିଆ ଓ ଭାରତ ମହିଳା ହକି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ଯାଚର ପ୍ରଥମାର୍ଦ୍ଧ ବେଶ୍ ରୋଚକପୂର୍ଣ୍ଣ ହୋଇଥିଲା। ଅଷ୍ଟ୍ରେଲିଆ ମହିଳା ହକି ଦଳକୁ ୨ଟି ଓ ଭାରତୀୟ ମହିଳା ହକି ଦଳକୁ ଗୋଟିଏ ପେନାଲଟି କର୍ଣ୍ଣର ମିଳିଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେବାରେ ସମର୍ଥ ହୋଇନଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୦-୦ରେ ରହିଥିଲା। ତୃତୀୟ କ୍ବାର୍ଟରର ଏକ ପେନାଲଟି କର୍ଣ୍ଣର ଭାରତୀୟ ମହିଳା ହକି ଦଳକୁ ମିଳିଥିଲା ଏବଂ ତାହାର ସଦୁପଯୋଗ କରି ବନ୍ଦନା କଟାରିଆ ୩୩ ମିନିଟ୍ ସମୟରେ ପ୍ରଥମ ଗୋଲ ସ୍କୋର କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଖେଳ ଶେଷ ସୁଦ୍ଧା ଭାରତ ୧-୦ରେ ବିଜୟଲାଭ କରିଥିଲା। ଅପରପକ୍ଷରେ ଅଷ୍ଟ୍ରେଲିଆ ୫ଟି ପେନାଲଟି କର୍ଣ୍ଣର ପାଇ ମଧ୍ୟ କୌଣସି ଗୋଲ ସ୍କୋର କରିପାରିନଥିଲା ବେଳେ ଭାରତ ୫ଟି ପେନାଲଟି କର୍ଣ୍ଣର ମଧ୍ଯରୁ ଗୋଟିଏ ଗୋଲ ସ୍କୋର କରି ୧-୦ରେ ଜିତି ଥିଲା।

Leave a Reply

Your email address will not be published. Required fields are marked *