ମହାନଗରମୁଖ୍ୟ ଖବରରାଜ୍ୟ

ନିଖିଳ ଓଡିଶା ଗୃହ ମଜଦୁର ସଭା ପକ୍ଷରୁ ସହରର ଗୃହ ଶ୍ରମିକଙ୍କ ହକ ନେଇ ଖବରଦାତା ସମ୍ମିଳନୀ

ରାଉରକେଲା,୧୯/୨ (ଉତ୍କଳ ସମାଚାର) : ରାଉରକେଲା ସ୍ଥିତ ସୁନ୍ଦରଗଡ ଜିଲ୍ଲା ଶିଲ୍ପାଂଚଳ ଶ୍ରମିକ ସଭା କାର୍ଯ୍ୟଳୟର ସମ୍ମୁଖରେ ସୋମବାର ନିଖିଲ ଓଡିଶା ଗୃହ ମଜଦୁର ସଭା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।। ସମ୍ମିଳନୀରେ ସହରର ଗୃହ ଶ୍ରମିକଙ୍କ ହକ ଦାବୀରେ ନେଇ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲ।। ସମ୍ମିଳନୀରେ ହିନ୍ଦ ମଜଦୁର ସଭାର ରାଜ୍ୟ ସଂମ୍ପାଦକ ଦିଗାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା,ମଜଦୁର ସଭାର ସଭାପତି ଚନ୍ଦ୍ରା ରାଓ ସହରର ଗୃହ ଶ୍ରମିକଙ୍କ ହକ ଦାବୀ ଉପସ୍ଥାପନ କରିଥିଲେ।। ଉପସ୍ଥାପିତ ଦୀବୀମାନ ଥିଲା-ସାମାଜିକ,ଅର୍ଥନୈତିକ ବିକାଶ ପାଇଁ ସରକାରୀ ବ୍ୟବସ୍ଥାରେ ତ୍ରୁଣମୂଳ ସ୍ତରରେ ସଚେତନତା କରାଇବା,ଶ୍ରମିକ ପ୍ରମାଣ ପତ୍ର ପାଇଁ ନିଶୁଲ୍କ ପଞ୍ଜିକରଣ ବ୍ୟବସ୍ଥା,ସରକାରୀ ନିଯୁକ୍ତି ଦାତା ଓ ଶ୍ରମିକ ମାନଙ୍କ ୫୦ପ୍ରତିଶତ ପ୍ରତିନିଧିଙ୍କ ସହ ତ୍ରିପାକ୍ଷିକ ବୋର୍ଡ ଗଠନ ହେବା, ଇଏସଆଇ ଓ ପିଏଫରେ ଘରୋଇ ଶ୍ରମିକ ଅନ୍ତର୍ଭୁକ୍ତ ହେବା ଏବଂ ଗୃହ ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବା ରହିଥିଲ।।ଦାବୀ ଗଡିକ ପୁରଣ ନ ହେଲେ ଆସନ୍ନ ପ୍ରାୟ ସାଧାରଭ ନିର୍ବାଚନ ପୂର୍ବରୁ ଯୋରଦାର ଆନ୍ଦୋଳନ କରାଯିବ ବୋଲି କୁହା ଯାଇଥିଲ।। ତେବେ ଆଜିର ଏହି ଖବରଦାତା ସମ୍ମିଳନୀରେ ଗୃହ ମଜଦୁର ସଭାର ସୁରବାଲୀ ବାଗ, ଜ୍ୟୋସ୍ନା ପାଳ, ମୁକ୍ତା ବାଗେ ବୃନ୍ଦି ବାରିକ,ପ୍ରମିଳା କିନ୍ଦୋ,ଲକ୍ଷ୍ନୀ ମେଦାକ,ହିମାଦ୍ରୀ ପ୍ରଧାନ,ସୁନୀତା ବେହେରା ପ୍ରମୁଖାଦି ସମ୍ମିଳିତ ରହିଥିଲେ।।

Leave a Reply

Your email address will not be published. Required fields are marked *