ମହାନଗରମୁଖ୍ୟ ଖବରରାଜ୍ୟ

ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ  ସଷ୍ଟେନେବିଲିଟି ପୁରସ୍କାର

ଅନୁଗୁଳ,୨୦/୨ (ଉତ୍କଳ ସମାଚାର):: ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ  ସଷ୍ଟେନେବିଲିଟି ପୁରସ୍କାର ୨୦୨୪ରେ ସମ୍ମାନିତ କରାଯାଇଛି । ନାବାର୍ଡ ସହଭାଗିତାରେ କାର୍ଯ୍ୟକରି ହେଉଥିବା ସମନ୍ୱିତ ଜଳସେଚନ ପରିଚାଳନା ପ୍ରକଳ୍ପ ମାଧ୍ୟମରେ ଓଡିଶାର ଅନୁଗୁଳରେ କୃଷକଙ୍କ ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଳ ସଂରକ୍ଷଣ ଏବଂ ପରିଚାଳନା ବର୍ଗରେ ଜେଏସପିକୁ  ଏହି ପୁରସ୍କାର ପ୍ରଦାନ କରାଯାଇଛି। ଫେବୃଆରୀ ୧୫, ୨୦୨୪ ରେ ନୂଆଦିଲ୍ଲୀରେ ଆୟୋଜିତ ଇମ୍ପାକ୍ଟଫୁଲ୍ ସଷ୍ଟେନେବଲ୍ ବିଜିନେସ ପ୍ରାକ୍ଟିସ ନ୍ୟାସନାଲ କନକ୍ଲେଭରେ ଜେଏସପିର ଏକ ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ମହିଳା କାମିସନ ଅଧ୍ୟକ୍ଷା ରେଖା ଶର୍ମା, ଲାଲ ବାହାଦୂର ଶାସ୍ତ୍ରୀ ଫାଉଣ୍ଡେସନର ସଭାପତି ସୁନୀଲ ଶାସ୍ତ୍ରୀ, ବରିଷ୍ଠ ରାଜନେତା ଡକ୍ଟର ବିଜୟ ଜଲି ଏବଂ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ବିଶିଷ୍ଠ ଶିଲ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ନିଜ ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଦୁଇଟି ଜଳଛାୟା ପ୍ରକଳ୍ପ ବିକାଶ ତଥା ପରିଚାଳନା କରି ଅନୁଗୁଳ ଜିଲ୍ଲାର ତୁବେ, ମରାତିରା, କୁଲେଇ, ଦେରଜଙ୍ଗ ଏବଂ ମାଧିଆମୁଣ୍ଡା ଗ୍ରାମରେ  ପ୍ରାକୃତିକ ସମ୍ପଦ ପରିଚାଳନା ଏବଂ କୃଷି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରିଛି । ଜେଏସପି ଫାଉଣ୍ଡେସନ ଦ୍ବାରା କାର୍ଯ୍ୟକରି ହେଉଥିବା ଏହି ଦୁଇଟି ପ୍ରକଳ୍ପ ଦ୍ବାରା ୪୦୦୦ରୁ ଅଧିକ ଚାଷୀ ପରିବାରଙ୍କ ଜୀବନଧାରଣ ମାନରେ ଉନ୍ନତି ହୋଇପାରିଛି । ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳରେ ମୃତ୍ତିକା କ୍ଷୟ ହ୍ରାସ ଏବଂ ଭୂତଳ ଜଳ ସ୍ତର ବୃଦ୍ଧି ସହିତ କୃଷି ଉତ୍ପାଦନ ଏବଂ ଚାଷୀମାନଙ୍କ ରୋଜଗାର ବଢାଇବାରେ  ସହାୟକ ହୋଇ ପାରିଛି । ଏହି ଅବସରରେ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ, “ଆମେ ଜେଏସପିରେ ସ୍ଥାନୀୟ ଲୋକମାନଙ୍କ  ଜୀବନରେ ଗୁଣାତ୍ମକ ବିକାଶ ପାଇଁ ପରିବେଶର ନିରନ୍ତର ଉନ୍ନତିରେ ବିଶ୍ବାସ କରୁ । ଏହି ଜଳଛାୟା କାର୍ଯ୍ୟକ୍ରମ କୃଷିଭିତ୍ତିକ ଆର୍ଥିକ ସମୃଦ୍ଧତାକୁ ପ୍ରୋତ୍ସାହିତ କରିବା ସହିତ ପରିବେଶକୁ ସୁରକ୍ଷା ଦେବା ପାଇଁ ଆମ ପ୍ରତିବଦ୍ଧତାର ନିଦର୍ଶନ” । ପୁରସ୍କାର ପାଇଁ ସେ ଜୁରିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ନାବାର୍ଡଙ୍କ ସହଭାଗୀତା ୨୦୧୨ରେ ଆରମ୍ଭ ହୋଇଥିବା ଏହି ଜଳଛାୟା ଦ୍ୱୟ ସ୍ଥାନୀୟ ଅଞ୍ଚଳରେ ଜଳ ମୃତ୍ତିକାର ଆର୍ଦ୍ରତା ଯଥେଷ୍ଟ ବୃଦ୍ଧି କରିଛି, ଯାହା ନୂତନ ଫସଲ କିସମ ଚାଷ ନିମନ୍ତେ କରିବା ସ୍ଥାନୀୟ କୃଷକମାନଙ୍କୁ ପ୍ରୋତ୍ସାହିତ କରିପାରିଛି ।  ସ୍ଥାନୀୟ କୃଷକମାନେ ବାର୍ଷିକ ଏକ ଫସଲରୁ ଦୁଇ ବା ତିନି ଫସଲ ଚାଷ କରିପାରୁଛନ୍ତି । ସ୍ଥାନୀୟ ଲାଇନ ଡିପାର୍ଟମେଣ୍ଟ ସହଯୋଗରେ ଏସଆରଆଇ ପ୍ରଣାଳୀ ଚାଷ, ଟ୍ରେଲିସ୍ ଚାଷ ଏବଂ ଶେଡ୍ ନେଟ୍ ହାଉସ୍ କୃଷି ଆଦିର ପ୍ରୋତ୍ସାହନ ଦ୍ବାରା କୃଷି ଉତ୍ପାଦନରେ ଉନ୍ନତି ହୋଇପାରିଛି । କୃଷକମାନଙ୍କ ଆୟ ତିନିଗୁଣରୁ ଅଧିକ ବୃଦ୍ଧି ପାଇଥିବା ବେଳେ, ଜୀବନଧାରଣ ମାନ ମଧ୍ୟ ବୃଦ୍ଧି ପାଇଛି । ଏହି ଅଞ୍ଚଳରେ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଗଠନ କରି ଜେଏସପି ଫାଉଣ୍ଡେସନ ସ୍ଥାନୀୟ ଚାଷୀମାନଙ୍କ ସଶକ୍ତିକରଣରେ ମଧ୍ୟ କ୍ରିୟାନ୍ଵିତ କରୁଛି

Leave a Reply

Your email address will not be published. Required fields are marked *