Uncategorized

ଲ୍ଲାସ୍ତରୀୟ ଉଦ୍ୟୋଗୀ ଦିବସ ୨୦୨୪ ପାଳିତ

ଅନୁଗୁଳ,୬/୩ (ଉତ୍କଳ ସମାଚାର):: ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି ଅବସରରେ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ଦିବସ ୨୦୨୪ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ବୈଜ୍ଞାନିକ ତଥା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ଦେବାଶିଷ ମିଶ୍ର ଯୋଗ ଦେଇ ଆଜିର ଯୁବପିଢି ଉଦ୍ୟୋଗ କ୍ଷେତ୍ର ରେ ସ୍ବାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲା ଶିଳ୍ପ କେନ୍ଦ୍ର ର ସାଧାରଣ ପ୍ରବନ୍ଧକ ଶ୍ରୀ ଶିବାଶିଷ କାନୁନଗୋ ଯୋଗ ଦେଇ ଉଦ୍ୟୋଗୀ ମାନେ ସମୟ ସହ ତାଳ ଦେଇ କାର୍ଯ୍ୟ ପ୍ରଣାଳୀ ପ୍ରସ୍ତୁତ କରି ପାଳନ କଲେ, ଏହି କ୍ଷେତ୍ରରେ ନିଶ୍ଚୟ ସଫଳତା ହାସଲ କରିପାରିବେ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ୟୁକୋ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଶ୍ରୀ ବଳରାମ ସେଠୀ, ନାବାର୍ଡ ଡିଡିଏମ ଶ୍ରୀ ଆଶୁତୋଷ ରାୟ, ଏଲ୍ଡିଏମ୍ ଶ୍ରୀ ଚୌଧୁରୀ ଦୀପକ ମିଶ୍ର ସମେତ ଜିଲ୍ଲା ଉଦ୍ୟୋଗ ଆସୋସିଏସନ୍ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *