ମନୋରଞ୍ଜନମୁଖ୍ୟ ଖବରରାଜ୍ୟ

ଭାରତୀୟ ଭାଷା ଦିବସ ପାଳିତ

ରାଉରକେଲା,୧୨/୧୨ (ଉତ୍କଳ ସମାଚାର): ସେକ୍ଟର ୨ ସ୍ଥିତ ସୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଭାରତୀୟ ଭାଷା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ପଦ୍ମଜା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଦସ୍ୟ ତଥା କବି ରାଜୀବ ପାଣି ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଭାରତୀୟ ଭାଷା ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ସମଗ୍ର ଭାରତବର୍ଷରେ ଡିସେମ୍ବର ୧୧ ତାରିଖ କୁ ଚିନାସ୍ବାମୀ ସୁବ୍ରମନ୍ୟ ଭାରତୀ ଙ୍କ ଜନ୍ମ ବାର୍ଷିକ କୁ ଭାରତୀୟ ଭାଷା ଦିବସ ରୂପେ ପାଳନ କରାଯାଉଛି। ଏହା ସହ ଓଡିଆ ଭାଷାର ଉତ୍ପତ୍ତି ଓ ବିକାଶ ଧାରା ତଥା ସାମ୍ପ୍ରତିକ ଓଡ଼ିଆ ଭାଷାର ସ୍ଥିତି, ଦ୍ରାବିଡ଼ ଓ ଅଷ୍ଟ୍ରିକ ଭାଷା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ପଶ୍ଚିମ ଓଡିଶାରେ ବ୍ୟବହୃତ ହେଉଥିବା ସାଦ୍ରି ଭାଷାର ଲିପି ନାହିଁ। ତେଣୁ ସେ ଭାଷାକୁ ଓଡ଼ିଆ ଲିପିରେ ଲେଖିଲେ ହୁଏତ କିଛି ଭଲ ସାହିତ୍ୟ ସୃଷ୍ଟି ହୋଇପାରିବ। ପ୍ରାରମ୍ଭରେ ବରିଷ୍ଠ ଅଧ୍ୟାପିକା ମହାଶ୍ୱେତା ସାହୁ ଅତିଥି ଙ୍କ ପରିଚୟ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଅଧ୍ୟାପିକା ଲିପିକା କେରକେଟା ସ୍ବାଗତ ଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୁଶ୍ରୀ ମୃଣ୍ମୟୀ,ଶୁଭସ୍ମିତା ଜେନା, ଡ଼ଃ ରଶ୍ମିତା ପଣ୍ଡା, ଗୀତାଞ୍ଜଳି ଟେଟେ, ବବିତା ଭିତିରିଆ, ଇଶ୍ଵର ମେହେର, ସବିତା ନାୟକ, ଡ଼ଃ ଅର୍ପନା କୁଜୁର,ପୁନିତା ଗ୍ରେସୀ ଲାକ୍ରା, ଶାନ୍ତିପ୍ରିୟା ବାସ୍କେ,ସୁନିମୁନି ସିଂ ପ୍ରମୁଖ ଉପସ୍ଥିତ ଥିଲାବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ଛାତ୍ରୀ ଅନ୍ନପୂର୍ଣ୍ଣା ବରାଳ, ଅପର୍ଣ୍ଣା ପତି, ଅନିଶା ନାୟକ,ପ୍ରଜ୍ଞାସ୍ବିନୀ ସାହୁ, ଗୀତା ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷା ଡ଼ଃ ପଟ୍ଟନାୟକ ଏଭଳି ଆଲୋଚନା ଛାତ୍ରୀ ମାନଙ୍କ ପାଇଁ ଶିକ୍ଷଣୀୟ ହୋଇପାରିବ ବୋଲି ମତ ରଖିଥିଲେ। ଶେଷରେ ଅଧ୍ୟାପିକା ସୁଶ୍ରୀ ମୃଣ୍ମୟୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *