ମନୋରଞ୍ଜନମୁଖ୍ୟ ଖବରରାଜ୍ୟ

ଲରମ୍ଭା ମହାବିଦ୍ୟାଳୟରେ ମଞ୍ଚସ୍ଥ ହେଲା ସମ୍ବଲପୁରୀ ନାଟକ “ଜନ୍ କେ କାନ୍ଦ କାନ୍ଦ ଲାଗୁଛେ”

ଅତାବିରା,୧୩/୧୨ (ଉତ୍କଳ ସମାଚାର) (ଖିରୋଜ ନାୟକ): ବ୍ଲକ ସ୍ଥିତ ଲରମ୍ଭା କଲେଜର ବାର୍ଷିକ ଉତ୍ସବର ପ୍ରଥମ ଦିବସରେ ଅନୁଷ୍ଠିତ ବ୍ରଜମୋହନ ସାହିତ୍ୟ ସଂସଦର ଦ୍ବିତୀୟ ଅଧିବେଶନରେ ମଂଚସ୍ଥ ସମ୍ବଲପୁରୀ ନାଟକ  “ଜନ୍ କେ କାନ୍ଦ୍ କାନ୍ଦ୍  ଲାଗୁଛେ” ମଂଚସ୍ଥ ହୋଇଯାଇଛି । ଯାହାର ନିର୍ଦେଶକା  ଓ ଲେଖିକା ଥିଲେ ଅଧାପିକା ଯଶୋବନ୍ତୀ ସା । ନାଟକର ସଫଳ ରୂପାୟନ ପାଇଁ ଅଭିନେତା ମାନଂକୁ  ଦର୍ଶକ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।  ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଆନୁଷ୍ଠାନିକ ଭାବରେ ଏହାର ଶୁଭାରମ୍ଭ କରିଥିଲେ ।ଏଥିରେ ଡଃ ଦିଗମ୍ବର ଚାନ୍ଦ, ମନରଂଜନ ତ୍ରପାଠୀ, ଡଃ ସୁବଳ ରଂଜନ ସାହୁ , ଅଧ୍ୟାପିକା  ଦୀପିକା ଏଲିଜାବେଥ ଲାକ୍ରା ସହଯୋଗ କରିଥିଲେ ।  ନାଟକଟିର ନିଖୁଣ ଅଭିନୟ ପାଇଁ  ଦର୍ଶକ ଗ୍ୟାଲେରୀ ଭରପୁର ଥିଲା।

Leave a Reply

Your email address will not be published. Required fields are marked *