Uncategorized

ଶାସ୍ତ୍ରୀୟ ଭାଷା ଜ୍ଞାନର ଭାଷା ହେବା ଆବଶ୍ୟକ: ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରେ ବକ୍ତାଙ୍କ ଅଭିମତ

ସମ୍ବଲପୁର, ୧୨/୩ (ଉତ୍କଳ ସମାଚାର) (ସରୋଜ ସାହୁ): ସମ୍ବଲପୁର ମହିଳା ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳ ଉକ୍ତ ସଭାର ଅଧ୍ୟକ୍ଷତା କରି ସ୍ଵାଗତ ସମ୍ଭାଷଣ କରିବା ଅବସରରେ ଓଡ଼ିଆ ଭାଷାର ବର୍ଣ୍ଣାଢ଼୍ୟ ଇତିହାସର ସ୍କୃତିଚାରଣ କରିଥିଲେ । ଏହା ସହିତ ବିଦ୍ୟା ଅର୍ଜନ ପାଇଁ ମାତୃଭାଷାର ମହତ୍ଵ ଉପରେ ଆଲୋକପାତ କରିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ଅଖିଳ ବିଶ୍ଵାଳ ଏକ ଶାସ୍ତ୍ରୀୟ ଭାଷାର ପ୍ରାୟୋଗିକ ମହତ୍ଵ ସମ୍ବନ୍ଧରେ ଆଲୋକପାତ କରି ଓଡ଼ିଆ ଭାଷା ଆଧୁନିକ ବିଦ୍ୟାର ଭାଷା ହୋଇ ପାରିବ ବୋଲି ମତ ପ୍ରଦାନ କରିଥିଲେ। ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ଐତିହାସିକ ପ୍ରୟାସ ସମ୍ବନ୍ଧରେ ଆଲୋଚନା କରିବା ସହ ସଭା ସଂଯୋଜନା କରିଥିବା ବେଳେ ଇଂରାଜୀ ବିଭାଗର ଅଧ୍ୟାପକ ପ୍ରଫେସର ଭୋଜରାଜ ରୋହିଦାସ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ବନ୍ଧରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ନବୀନ ଚନ୍ଦ୍ର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀ ରୁବି ପ୍ରଧାନ ଆକର୍ଷଣୀୟ ଭାଷା ସଂଗୀତ ଗାନ କରିଥିଲେ। ଶତାଧିକ ଛାତ୍ରୀ, କର୍ମଚାରୀ ଓ ଶିକ୍ଷକ ଉକ୍ତ ସଭାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *