ମନୋରଞ୍ଜନମୁଖ୍ୟ ଖବରରାଜ୍ୟ

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଉଦଯାପିତ ସନ୍ଧ୍ୟା

ରାଉରକେଲା,୧୩/୧୨ (ଉତ୍କଳ ସମାଚାର): ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଉଦଯାପନୀ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଇଣ୍ଡିଆନ ମେଡିକାଲ୍ ଆସୋସିଏସନ୍ ରାଉରକେଲା ଶାଖା ତରଫରୁ ନାଟକ ମୁଁ ବିଶର ମହାନ୍ତି ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ଡ ସନ୍ତୋଷୀ ବିଶ୍ବାଳ ରଚନା , ନିର୍ଦ୍ଦେଶକ ଡ ସତ୍ୟରଞ୍ଜନ ଦାସ ନିର୍ଦ୍ଦେଶନା,ସହ ନିର୍ଦ୍ଦେଶନା ରେ ଡ ସମୀର ପାତ୍ର ଓ ଡ ସୁଶାନ୍ତ ପାଣି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ପ୍ରଳୟ ଶତପଥୀ ମଞ୍ଚସଜ୍ଜା ଦାୟିତ୍ଵ ତୁଲାଇଥିଲେ। ନାଟକରେ ଡ଼ ସମୀର,ଡ ସତ୍ୟରଞ୍ଜନ,ଡ ଦେବଜିତ୍,ଡ ସ୍ମିତା, ଡ ସନ୍ତୋଷ,ଡ ପ୍ରଫୁଲ୍ଲ,ଡ ମାନସ,ଡ ଜୟେଶ, ଡ଼ ସୁବୋଧ ,ଡ ନୀରଜ, ସୁଶାନ୍ତ , ଶ୍ୟାମସୁନ୍ଦର,ବିଜେନ୍ଦ୍ର, ସୁଷମା, ରାଜୀବ ଓ ଭାଗ୍ୟଲକ୍ଷ୍ମୀ ପ୍ରମୁଖ ଅଭିନୟ କରିଥିଲେ। ନାଟକର ବିଷୟ ବସ୍ତୁ ପୈ।ରାଣିକ କଥାବସ୍ତୁ ଉପରେ ଆଧାରିତ। ଷୋଡ଼ଶ ଶତାବ୍ଦୀରେ ବଙ୍ଗର ଶାସକ କଳାପାହାଡ଼ ଯେତେବେଳେ ଉତ୍କଳ କୁ ଆକ୍ରମଣ କରିଥିଲା, ସେତେବେଳେ ଉତ୍କଳ ଖାଲି ଗଜପତି ମୁକୁନ୍ଦଦେବ ଙ୍କୁ ହରାଇ ନଥିଲା, ତାସହିତ ହରାଇଥିଲା ସୈ।ନ୍ଦର୍ଯ୍ୟମୟୀ ମନ୍ଦିର ଓ ତାର ଅଧିଷ୍ଠାତ୍ରୀ ଦେବାଦେବୀଙ୍କୁ। କଳାପାହାଡ଼ ଆକ୍ରମଣରେ କୋଣାର୍କ ସୂର୍ଯ୍ୟମନ୍ଦିର ସହ ଅନେକ ମନ୍ଦିର ପାଲଟିଥିଲା ଧ୍ବଂସ ସ୍ତୁପ। ମହାପ୍ରଭୁ ଜଗନ୍ନାଥ ବି ନିସ୍ତାର ପାଇନଥିଲେ। ସେତେବେଳେ କଳାପାହାଡ଼ ଚମଡା ଦଉଡ଼ି ରେ ବାନ୍ଧି ଘୋଷାଡି ଘୋଷାଡି ନେଇ ନିଆଁ ଲଗାଇ ପାଉଁଶ କରିବା ପାଇଁ ଚେଷ୍ଠା କରିଥିଲା। ତେବେ ପାଗଳ ଭକ୍ତ ବିସର ମହାନ୍ତି ଅଦ୍ୟମ ସାହସ ଓ ଭକ୍ତି ପାଇଁ ପୁଣି ସ୍ବୟଂ ଚତୁର୍ଦ୍ଧା ମୂର୍ତ୍ତୀ ଫେରି ଆସିଥିଲା ଉତ୍କଳ କୁ। ଏହି ବିଷୟବସ୍ତୁକୁ ନେଇ ନାଟକଟି ଗତିଶୀଳ ହୋଇଛି। ଆଜିର ଏହି ନାଟକରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ ମେଡିକାଲ୍ ଆସୋସିଏସନ୍ ରାଉରକେଲା ଶାଖା ର ସଭାପତି ଡ ସଞ୍ଜୟ ରାୟ ଏବଂ ଡ ଗୋପବନ୍ଧୁ ବଳ ଯୋଗଦେଇ ଥିଲେ । ଉଦଘାଟକ ଶ୍ରୀ ନାୟକ କହିଲେ ଯେ ରାଉରକେଲା କଳା ସଂସ୍କୃତି ନିମନ୍ତେ ଦେଶରେ ଗୈାରବ ଅର୍ଜନ କରିଛି। ଦର୍ଶକ ଙ୍କ ସନ୍ତୋଷ ରେ କଳାକାର ଙ୍କ ସମ୍ମାନ ଆସିଥାଏ। କଳା ଓ ସଂସ୍କୃତି କୁ ବଞ୍ଚାଇ ରଖୁଥିବା ବ୍ୟକ୍ତି ବିଶେଷଙ୍କୁ ସମସ୍ତ ସ୍ତରରୁ ସହଯୋଗ ଆବଶ୍ୟକ। ଏହି ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ପାନପୋଷ ଠାରେ ୧୩୫୦ବିଶିଷ୍ଟ ପ୍ରେକ୍ଷାଳୟ, ଆଦିବାସୀ ସଂସ୍କୃତି କେନ୍ଦ୍ର ଓ ୧୫୦୦ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷ ନିର୍ମାଣ କାର୍ଯ୍ୟ ଚାଲୁଥିବା କାମ ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଡ ରାୟ ନାଟକ ବ୍ୟକ୍ତି ଙ୍କୁ କଳା ଓ ସଂସ୍କୃତି କୁ ଅନ୍ୟ କ୍ଷେତ୍ର ସହ ସଂଯୋଗ କରିବା ସହ ମାନସିକ ଓ ଶାରିରୀକ ଅବସାଦ ଦୂର କରିବାରେ ସହାୟକ ହୋଇଥାଏ। ଅନ୍ୟତମ ଅତିଥି ଡ ବଳ ସମାଜ ର ଚିତ୍ର ନାଟକରେ ପ୍ରତିଫଳିତ ହୋଥାଏ। ଆୟୋଜିତ କାର୍ଯ୍ୟକ୍ରମରେ ଏକତ୍ର ର ସଭାପତି ରାଜୀବ ପାଣି ଓ ସାଧାରଣ ସମ୍ପାଦକ ସୁଦେଶ ନାୟକ ୧୨ଦିନ ବ୍ୟାପି ବିଶାଳ ନାଟ୍ୟ ମେଳାର ସଫଳ ସମାପନ ନିମନ୍ତେ ସମ୍ପୃକ୍ତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପତି ରାଜୀବ ପାଣି, ସମ୍ପାଦକ ସୁଦେଶ ନାୟକ, ଉପସଭାପତି ରମେଶ ମହାନ୍ତି ଉପଦେଷ୍ଟାଡ଼ଃ କୃପାସିନ୍ଧୁ ନାୟକ, ସରୋଜ ଶଙ୍ଖୁଆ ,ଶରତ ଦାସ, ଅକ୍ଷୟ ଧଳ, ପ୍ରଜ୍ଞାନନ୍ଦ ମହାନ୍ତି, ହେମନ୍ତ ପଟ୍ଟନାୟକ, , ଉମାକାନ୍ତ ବିଶୋଇ, ପ୍ରଶାନ୍ତ ପତି, ସୁରେନ୍ଦ୍ର ପାଢ଼ୀ, ଡ଼ଃ କିଶୋରୀ ଦାଶ,ଡ଼ ଗୀତାଞ୍ଜଳି ପତ୍ରି ପ୍ରମୁଖ ଉପସ୍ଥିତ ଥିଲେ। ରୂପସଜ୍ଜା ରେ ହରିହର ବଳ ଦାୟିତ୍ୱ ତୁଲାଇଥିଲେ। ପ୍ରବୀର କୁମାର ଜେନା ମଞ୍ଚ ସଂଯୋଜନା କରିଥିବା ବେଳେ ଶବ୍ଦ ଓ ଆଲୋକରେ ସାନୁ ଶ୍ରୀଲାଇଟ୍ସ ତଥା କନକଲତା ଦାସ , କଲ୍ୟାଣୀ ଦାସ , କ୍ଷୀରୋଦା ଦାସ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ୧୨ଦିନ ବ୍ୟାପି ଅଭିନିତ ହୋଇଥିବା ନାଟକର ନିର୍ଦ୍ଦେଶକ, ଉଦଘାଷିକା ଝିଲିମା ମହାନ୍ତି, ଶୁଭଶ୍ରୀ ଦାଶ, ପ୍ରଳୟ ଶତପଥୀ ପ୍ରମୁଖ ଙ୍କୁ ଏକତ୍ର ତରଫରୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *