Uncategorized

ରେଲୱେ ଚତୁର୍ଥ ଲାଇନ୍ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ୍ କରିବାକୁ ପାନପୋଷ ଉପ-ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା

ରାଉରକେଲା ୧୩/୩,(ଉତ୍କଳ ସମାଚାର): ସେକ୍ଟର-୨୧ ଠାରୁ ବନ୍ଧମୁଣ୍ଡା କୁକୁଡା ଗେଟ୍ ପର୍ଯ୍ୟନ୍ତ ରେଳ ବିଭାଗ ଚତୁର୍ଥ ଲାଇନ୍ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ କରିବାକୁ ଆଜି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ବିରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ବରେ ବରକାନି, ଉଡତମ୍, ମହୁଲପଦା, ବନ୍ଧମୁଣ୍ଡା, କପାଟମୁଣ୍ଡା, କୁକୁଡା, ସନ୍ତୋଷପୁର, ବାରବାଂସି, ଡୁମେର୍ତ୍ତା ଦୁର୍ଗାପୁର ଆଦି ମୌଜାର ବହୁ ସଂଖ୍ୟାକ ଅଧିବାସୀ ରେଲୱେ କାର୍ଯ୍ଯକୁ ବନ୍ଦ କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସେମାନଙ୍କର ଦାବି ଥିଲା ଯେ, ଏହି ୧୦ଟି ମୌଜାରେ ଥିବା ରକ୍ଷିତ ଜମିଗୁଡିକ ପାଇଁ ସେମାନେ ସୁନ୍ଦରଗଡ ଜିଲ୍ଲାପାଳଙ୍କ କୋର୍ଟରେ ଆବେଦନ କରିଛନ୍ତି। ତାହାର ପ୍ରଥମ ଶୁଣାଣି ଏପର୍ଯ୍ଯନ୍ତ ହୋଇ ନଥିବା ବେଳେ, ରେଳ ବିଭାଗ ଏହି ଜମିରେ ମାଟି ଖୋଳା କାର୍ଯ୍ୟ କରୁଛି। ଅନ୍ଯପକ୍ଷରେ ରେଳ ବିଭାଗ ଏହି ଜମି ଆରଏସପି ନିକଟରୁ ପାଇଛି ବୋଲି ଦାବି କରିଆସୁଛି। ବର୍ତ୍ତମାନ ସାଧାରଣ ନିର୍ବାଚନ ଯୋଗୁଁ ପ୍ରଶାସନ ବ୍ଯସ୍ତଥିବା ବେଳେ ରେଳ ବିଭାଗ ଏହି ରେଳପଥ ବିସ୍ତାରକରଣ କାର୍ଯ୍ୟ କରୁଥିବା ଯୋଗୁଁ ସ୍ଥାନୀୟ ଅଧିବାସୀମାନେ ଉପଜିଲ୍ଲାପାଳଙ୍କୁ ସାକ୍ଷାତ ନକରି ଫେରିବେ ନାହିଁ ବୋଲି କହିଥିଲେ। ଏହି ଧାରଣାରେ ଜର୍ଜ ତିର୍କୀଙ୍କ ସମେତ ମହେଶ୍ଵର ତନ୍ତୀ, ଦିଲେଶ୍ଵର ପଲ୍, ବାନ୍ଦେ ଓରାମ, ସାଗର ମହାନନ୍ଦ, ସତ୍ଯ ଜେନା, କୌଶଲ୍ୟା ଜେନା, ଏସ୍ କୁନାବତୀ, ସାବିତ୍ରୀ ବାରିକ୍, ସାଲୋମୀ ଜୋଜୋ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *