Uncategorized

ଇସ୍ପାତ ଶ୍ରମିକଙ୍କୁ ଅଧିକାରରୁ ବଂଚିତ କରିବା ପାଇଁ କେନ୍ଦ୍ର ସରକାର ଓ ସେଲ୍ କତୃ ର୍ପକ୍ଷଙ୍କରଯୋଜନା ବଦ୍ଧ ଷଡଯନ୍ତ୍ର

ରାଉରକେଲା,୨୧/୩ (ଉତ୍କଳ ସମାଚାର): ଗତକାଲି ଦିଲ୍ଲୀଠାରେ ବହୁ ପ୍ରତିକ୍ଷୀତ ଏରିଅର ସଂକ୍ରାନ୍ତିୟ ଏନଜେସିଏସ ସବ କମିଟି ବସିଥିଲା । କୌଣସି ନିଷ୍ପତି ନହେବା ଦ୍ୱାରା ଏହା ନିଷ୍ଫଲ ହେଲା ଓ ଶ୍ରମିକମାନଙ୍କୁ ନିରୁଚ୍ଛାହିତ କଲା । ଏହାପୂର୍ବରୁ ଗତ ଜାନୁଆରି ୨୯ଓ ୩୦ ସେଲ୍ ରେ ଧର୍ମଘଟ ଆହ୍ୱାନ ପରେ କେନ୍ଦ୍ର ସରକାରଙ୍କର ନିର୍ଦ୍ଧେଶରେ କେନ୍ଦ୍ରିୟ ଶ୍ରମନିର୍ଦ୍ଧେଶକ ବୈଠକରେ ସେଲ୍‌ କର୍ତୃପକ୍ଷ ୨.୬ମାସ ଭିତରେ ଦରମା ସଂକ୍ରାନ୍ତିୟ ଏନଜେସିଏସ ଚୂକ୍ତିନାମା ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ମଧ୍ୟରେ ଠିକାଶ୍ରମିକ ସବ୍‌କମିଟି ବୈଠକ ବସିଥିଲା । ଏରିଅର ସବ୍‌କମିଟି ଗତ ମାର୍ଚ୍ଚ ୧୧ ରେ ବସିବା ନିଷ୍ପତି ପରେ ପୁଣି ୧୯ ତାରିଖ କୁ ପରିବର୍ତନ କରି ବସିଥିଲା । ଏହା ମଧ୍ୟ ଉଦ୍ଧେଶ୍ୟ ମୂଳକ ଭାବରେ କରାଯାଇଥିଲା । କାରଣ ବୈଠକ ଆରମ୍ଭରୁ କର୍ତୃପକ୍ଷ ୩୯ମାସର ଏରିଅର ଅଧିକ ୧ଟି ଇନକ୍ରିମେନଟ୍ ତଥା ଭାଇଜାଗ ଶ୍ରମିକଙ୍କୁ ଦରମା ବୃଦ୍ଧିର ଦେୟ ଦେବାକୁ ସଂପୂର୍ଣ୍ଣ ଭାବରେ ଏଡାଇ ଦେଇଥିଲେ । ବହୁ ଆଲୋଚନା ଓ ପ୍ରତ୍ୟାଲୋଚନା ପରେ ସମସ୍ତ ୟୁନିଅନ ମିଳିତ ଭାବରେ ସେଲ୍ କତୃପକ୍ଷଙ୍କର ଶ୍ରମିକ ବିରୋଧି ନୋଭାବକୁ ବିରୋଧ କରାଯାଇଥିଲା । ୨୦୧୩ ପରେ ଏବଂ ନୂତନ ଶ୍ରମିକ ମାନଙ୍କୁ ଘରଭଡା ଭତା ନଦେବା ୨୦୧୨ ଏନଜେସିଏସ ଚୁକ୍ତିନାମା ଅନୁଯାୟି ଦରମା ଉୁପରେ ଘରଭଡାଭତା ଇତ୍ୟାଦି ଅବାନ୍ତର ପ୍ରସ୍ତାବ ଦେଇଥିଲେ । ଏହାଛଡା ଯେଉଁମାନେ କମ୍ପାନି ଘରେ ରହୁଛନ୍ତି ପ୍ରତି ୧ବର୍ଗ ଫୁଟ୍ ଉପରେ ୨ଟଙ୍କା ବୃଦ୍ଧିରେ ଦରମାରୁ କାଟିବାର ପ୍ରସ୍ତାବ ଦେଇଥିଲେ । ଯାହାକି ବର୍ତମାନ ଘରଭଡା ଠାରୁ ପ୍ରାୟ ୧୦ଗୁଣ ଅଧିକ ହେବ । ରାତ୍ରକାଳିନ ଭତା ଦିନକୁ ୧୬୦ଟଙ୍କା ରୁ ଅଧିକ ଦେବାକୁ କତୃପକ୍ଷ ମନା କରିଥିଲେ । ଏହାପରେ ସମସ୍ତ ୟୁନିଅନ ଶ୍ରମନିଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାଇ ବିନାସର୍ତରେ ୩୯ମାସର ଏରିଅର ଗୋଟିଏ ଇନକ୍ରିମେନ୍‌ଟ ଇତ୍ୟାଦି ପ୍ରଦାନ ଦାବିକରିଥିଲେ । କତୃପକ୍ଷ ଏହା ଗ୍ରହଣ କଲେନାହିଁ । ଏପରିକି ବେପରୁଆ ଭାବରେ ଏମଓୟୁ ସ୍ୱାକ୍ଷର ସମୟରେ ଯେଉଁ ପ୍ରତିଶୃତି ଦେଇଥିଲେ ତାକୁ ମଧ୍ୟ ପ୍ରତ୍ୟାହାର କରିଥିଲେ । ଏହାଦ୍ୱାରା ବୈଠକଟି ବିନା ନିଷ୍ପତି ରେ ଶେଷ ହୋଇଥିଲା । ଯେହେତୁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି ଆନ୍ଦୋଳନକୁ ଏଡାଇବାପାଇଁ ଏହିପରି ଷଡଯନ୍ତ୍ର କରାଯାଇଥିଲା । ଇସ୍ପାତ ଶ୍ରମିକଙ୍କର ଏରିଅର ସହିତ ହକ୍ ଦାବି ହାସଲ ପାଇଁ ଗତ ଜାନୁଆରି ୨୯,୩୦ ର ଧର୍ମଘଟକୁ ଭଣ୍ଡୁର କରିବାପାଇଁ କେନ୍ଦ୍ରସରକାର ଓ ସେଲ୍‌ କତୃପକ୍ଷ କେନ୍ଦ୍ର ଶ୍ରମ ନିର୍ଦ୍ଦେଶକଙ୍କ ଦ୍ୱାରା ଯୋଜନା କରିଥିଲେ । ବାରମ୍ବାର ବୈଠକର ତାରିଖ ପରିବର୍ତନ କରି ନିର୍ବାଚନ ତାରିଖ ପର୍ଯନ୍ତ ବୈଠକ ବସାଇ କୌଣସି ନିଷ୍ପତି କାର୍ଯ୍ୟକାରି କରୁନାହାଁନ୍ତି । ଏହା ବିରୁଦ୍ଧରେ ଇସ୍ପାତଶ୍ରମିକ ଦଳମତ ନିର୍ଦ୍ଦଶେଷରେ ନିଜର ହକ୍ ଦାବି ହାସଲ ପାଇଁ ଲଗାତାର ଧର୍ମଘଟକୁ ଯିବାପାଇଁ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ବରିଷ୍ଠ ଏନଜେସିଏସ ସଭ୍ୟ ବିଷ୍ଣୁ ମହାନ୍ତି ଆହ୍ୱାନ କରିଛନ୍ତି ।

Leave a Reply

Your email address will not be published. Required fields are marked *