Uncategorized

ଜଙ୍ଗଲା ଗାଁ ରାସ୍ତା ଦୋହରୀକରଣକୁ ବିରୋଧ, ଜ଼ିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ସମ୍ବଲପୁର,୨୨/୦୩(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଜଙ୍ଗଲା ଗ୍ରାମ୍ୟ ମଝି ରାସ୍ତା ଦୋହରୀକରଣ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି I ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଥିବା ଏହି ନିର୍ମାଣ କାର୍ଯ୍ୟ କୁ ଗ୍ରାମବାସୀ ବିରୋଧ କରିଛନ୍ତି I ଗ୍ରାମବାସୀ ଙ୍କ କହିବାର କଥା ହେଲା ଏହି ଗ୍ରାମ ଟି ଆଦିବାସୀ ବହୁଳ ଅଟେ I ଯଦି ଗ୍ରାମ୍ୟ ମଝି ରାସ୍ତାକୁ ଓସାର କରାଯାଏ ତାହେଲେ ଗ୍ରାମର ଅର୍ଦ୍ଧାଧିକ ଘର ଭାଙ୍ଗିବାର ସମ୍ଭାବନା ରହିଛି I ଯଦ୍ବାରା ସେମାନେ ବହୁତ କ୍ଷତିଗ୍ରସ୍ତ ହେବେ I ତେଣୁ ଗାଁ ମୁଣ୍ଡରୁ ରହିଥିବା ସରକାରୀ ଜମି ରୁ ଏକ ବାଇ ପାସ୍ ରାସ୍ତା ତିଆରି କରିବାକୁ ଆଜି ଗ୍ରାମବାସୀ ଜ଼ିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଠାରେ ଦାବି କରିଛନ୍ତି I ଜ଼ିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜ଼ିଲ୍ଲାପାଳ ସୁଚାରୁ କୁମାର ବଳ (ସାଧାରଣ) ଗ୍ରାମବାସୀ ଙ୍କ ଠାରୁ ଦାବି ପତ୍ର ଗ୍ରହଣ କରିଥିଲେ I ଆଜିକାର ଏହି ଦାବି ପତ୍ର ପ୍ରଦାନ ସମୟରେ ଇଂ. ଗାନ୍ଧୀ ବେହେରା, ୱାର୍ଡ ସଭ୍ୟ ବିଜୟା ସରାଫ, ଦିବ୍ୟ କିଶୋର ସରାଫ, ସୁଧାମୟୀ କୁଅଁର, ସବିତା ସରାଫ, ଚନ୍ଦ୍ର କାନ୍ତି ଭୁଏ, ଦେବେନ୍ଦ୍ର କୁଅଁର, ଦେବେନ୍ଦ୍ର ଧୂରୁଆ, ଜୟନ୍ତୀ ସରାଫ, ଶ୍ରୀମତୀ ପ୍ରଧାନ, ହରିପ୍ରିୟା ବଢ଼େଇ, ମୁରଲୀ ମାଝୀ, ମଙ୍ଗଳ ବାଗ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *