ମନୋରଞ୍ଜନମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

ଏନ୍.ଏସ୍.ପୋଲିସ ହାଇସ୍କୁଲରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ

 କେନ୍ଦୁଝର//14/12/2023//(ଉତ୍କଳ ସମାଚାର)://ଥାନୀୟ ଏନ୍.ଏସ୍.ପୋଲିସ ହାଇସ୍କୁଲରେ ଗୁରୁବାରରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶକ୍ତି ସଂରକ୍ଷଣ ପାଇଁ ଶପଥ ଗ୍ରହଣ ସଭାରେ ଏନର୍ଜି କ୍ଲବ ଇନଚାର୍ଜ ବିଜୟ କୁମାର ବେହେରା ଉକ୍ତ ଦିବସ ର ତାତ୍ପଯ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶକ୍ତି ସଂରକ୍ଷଣ କରି ବିଶ୍ଵ ଉତ୍ତାପ ହ୍ରାସ କରିବାରେ ସାହାଯ୍ୟ କରିବା,ପ୍ରଦୂଷଣ ହ୍ରାସ କରିବା,ଯେତେବେଳେ ବିଦ୍ୟୁତ ଆଲୋକର ଆବଶ୍ୟକତା ନାହିଁ, ସେତେବେଳେ ସୁଇଚକୁ ବନ୍ଦ କରିବା,ଆବଶ୍ୟକ ଅନୁଯାୟୀ ଶକ୍ତି ବ୍ୟବହାର କରିବା,ସବୁଜ ଜୀବନ ଶୈଳୀକୁ ଆପଣାଇବା ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ,ଛାତ୍ର, ଛାତ୍ରୀ ସମୂହ ଶପଥ ନେଇଥିଲେ।ଏହି ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଡ୍ରଇଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଜନସାଧାରଣଙ୍କ ଉପଲକ୍ଷେ ଏକ ସଚେତନତାତ୍ମକ ଶୋଭାଯାତ୍ରା କରାଯାଇଥିଲା।

Leave a Reply

Your email address will not be published. Required fields are marked *