Uncategorized

ରାଜସ୍ଥାନ ପରିଷଦର ହୋଲି ହୁଡଦଂଗ ଡପର ସଂଗ କାର୍ଯ୍ୟକ୍ରମ

ରାଉରକେଲା, ୨୪/୩ (ଉତ୍କଳ ସମାଚାର): ରାଜସ୍ଥାନ ପରିଷଦ ପକ୍ଷରୁ ଅମର ଭବନ ପରିସରରେ ଶନିବାର ସନ୍ଧ୍ୟା ୮ଟାରୁ ୧୦ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ରାଜସ୍ଥାନ ପରିଷଦର ପଦାଧିକାରୀ, ପୂର୍ବତନ ଅଧ୍ୟକ୍ଷ, କାର୍ଯ୍ୟକାରିଣୀ ସଦସ୍ୟ ଏବଂ ବିଶେଷ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ହୋଲିକୁ ନେଇ କାର୍ଯ୍ୟକ୍ରମ ରାତି ୮ଟାରୁ ଶୁଭାରମ୍ଭ କରାଯାଇଥିଲା । ରାଜସ୍ଥାନ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅଗ୍ରୱାଲଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆସିଥିବା ସମସ୍ତ ଅଧିକାରୀ ପୂର୍ବତନ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଅବିର ଲଗାଇ ବା ସହିତ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଏକ ରଙ୍ଗୀନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଯେଉଁଥିରେ ରାଜସ୍ଥାନ ପରିଷଦର ପଦାଧିକାରୀ ଓ ପୂର୍ବତନ ଅଧ୍ୟକ୍ଷ ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରାଜସ୍ଥାନୀ ଲୋକଗୀତ ପରିବେଷଣ କରାଯାଇଥିଲା ଏହି ପାରମ୍ପାରିକ ଲୋକଗୀତରରେ ସମସ୍ତେ ନୃତ୍ୟ କରିଥିଲେ । ରାଜସ୍ଥାନୀ ଲୋକଗୀତ ଉପରେ ପାରମ୍ପାରିକ ରାଜସ୍ଥାନୀ ନୃତ୍ୟ ମଧ୍ୟ ରାଜସ୍ଥାନ ପରିଷଦର ଅଧିକାରୀ ଏବଂ ସଦସ୍ୟଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ହୋଲିରେ ଏହି କାର୍ଯ୍ୟକ୍ରମକୁ ସମସ୍ତେ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ପରିଷଦର ପୂର୍ବତନ ଅଧ୍ୟକ୍ଷ ସରୋଜ ତେବ୍ରିୱାଲ, ତରୁଣ ମାଲାନି ଉପାଧ୍ୟକ୍ଷ ଜୁଗଲ ମାରୋଠିଆ, ସଚିବ ବିନୋଦ ନରେଡି, ଯୁଗ୍ମ ସଚିବ ମଣିସ ତୋଦି, କୋଷାଧ୍ୟକ୍ଷ ବିନୟ ଶର୍ମା, ସହ- କୋଷାଧ୍ୟକ୍ଷ ମୁକେଶ ରାଜ କେଡିଆ, ସଂରକ୍ଷଣ ସମିତି ସଦସ୍ୟ ବିନୋଦ ମୋଦୀ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ବିଶେଷ ସଦସ୍ୟ ଉପସ୍ଥିତ ଥିଲେ । ଦିଲୀପ ଶର୍ମା ମଚଂ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *