Uncategorized

ପୂର୍ବ ଶତ୍ରୁତା କୁ ନେଇ ବୋମା ମାଡ, ୩ ଆହତ

ସମ୍ବଲପୁର,୨୭/୩ (ଉତ୍କଳ ସମାଚାର) (ସରୋଜ ସାହୁ): ସମ୍ବଲପୁରରେ ଫୁଟିଲା ବୋମା I ମଙ୍ଗଳବାର ସନ୍ଧ୍ୟାରେ ସମ୍ବଲପୁର ମସଜିଦ୍ ସମ୍ମୁଖରେ ଏହି ବୋମାମାଡ ଘଟିଛି I ଏକ ବୁଲେଟ ଉପରକୁ କିଛି ଦୁର୍ବୃତ୍ତ ବୋମା ମାଡ କରି ଫେରାର ହୋଇଯାଇଛନ୍ତି I ଘଟଣାରେ ବୁଲେଟର ଅନେକ ଭାଗ ଜଳିଯାଇଛି । ପୂର୍ବ ଶତ୍ରୁତାରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ସିଆରପିଏଫ୍ ଏବଂ ପୁଲିସ ପହଞ୍ଚି ତନାଘନା କରୁଛନ୍ତି । ବୋମାମାଡରେ ୩ ଜଣ ଗୁରୁତର ହୋଇଥିବାବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବୁଲେଟ ଚାଲାକଙ୍କ ଉପରେ ବୋମାମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ I ସହରରେ ଶାନ୍ତି ବଜାୟ ରଖିବା ଏବଂ ଗୁଜବ ଖବର କୁ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି I

Leave a Reply

Your email address will not be published. Required fields are marked *