ମନୋରଞ୍ଜନମୁଖ୍ୟ ଖବରରାଜ୍ୟ

ସୋହେଲା କପ୍ ଦ୍ଵିତୀୟ ସେମି ରେ ଭୁବନେଶ୍ୱର 

ବରଗଡ଼,୧୫/୧୨ (ଉତ୍କଳ ସମାଚାର) (ଅଶୋକ ବାଙ୍କ): ଜିଲ୍ଲା ସୋହେଲା ସ୍ଥିତ ମିନି ଷ୍ଟାଡିୟମରେ ସର୍ବଭାରତୀୟ ସୋହେଲା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରେ ଭୁବନେଶ୍ୱର ର ଜଗା ୟୁନାଇଟେଡ ସେମି ଫାଇନାଲ ରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍ ରେ ଜଗା ୟୁନାଇଟେଡ ଏବଂ କୋରାପୁଟ ପିୱାଇସି ପରଷ୍ପର ସହ ଖେଳିଥିଲେ ଭୁବନେଶ୍ୱର ର ଜଗା ୟୁନାଇଟେଡ ଦଳ ୪-୧ ଗୋଲ୍ ରେ ବାଜି ମାରିନେଇଛି । ଖେଳର ପ୍ରଥମାର୍ଦ୍ଧରେ ଗୋଲ୍ ନିଲ୍ ରହିଥିବା ବେଳେ ଜଗା ୟୁନାଇଟେଡ ଦଳ ର ଲାଗି ୟୁଜିଆ ୨ ଟି ଗୋଲ୍ କରିବା ସହ ରିଚାର୍ଡ ଓ ପଲ୍ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । କୋରାପୁଟ ଦଳ ର (ଚିକୁ ) ଏମ୍ ଡି ଇମ୍ତିଆଜ ଗୋଟିଏ ଗୋଲ୍ ପରିଶୋଧ କରିଥିଲେ । ମ୍ୟାଚଟି କୁ ଫାଓ ରେଫରୀ ପ୍ରଶାନ୍ତ ବେହେରା , ଜିତେନ୍ଦ୍ରିୟ ଥନାପତୀ, ଶଶିକାନ୍ତ ଦାସିଆ, ଲିଙ୍ଗରାଜ ପଧାନ ପରିଚାଳନା କରିଥିଲେ । ସୁରେଶ ଦାସ୍ ମ୍ୟାଚ୍ କମିଶନର ଦାୟିତ୍ଵ ନିର୍ବାହ କରିଥିଲେ। ଶ୍ରେଷ୍ଠ ଖେଳାଳି ଭାବେ ବିଜୟୀ ଦଳ ର ୟୂଜିଆ ଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ କିଶୋର ମିଶ୍ର ସମ୍ମାନୀତ ଅତିଥି ଭାବେ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ର ଉପ ସଭାପତି ରବିନାରାୟଣ ପଣ୍ଡା ଓ ଜିଲ୍ଲା କ୍ରୀଡା ସଂସଦର କୋଷାଧ୍ୟକ୍ଷ ଶୁଭ୍ରାଂଶୁ ମହାପାତ୍ର ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *