Uncategorized

ଓକିଲ ସଂଘ ନିର୍ବାଚନ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଂପାଦକ ପାଇଁ କଡ଼ା ଟକ୍କର

ରାଉରକେଲା , ୩୦/୩(ଉତ୍କଳ ସମାଚାର): ରାଉରକେଲା ଓକିଲ ସଂଘର ୨୦୨୪-୨୫ ବର୍ଷ ପାଇଁ କର୍ମକର୍ତା ନିର୍ବାଚନ ଆଜି ଶାନ୍ତି ଭାବରେ ସଂପନ୍ନ ହୋଇଛି । ଏହାକୁ ନେଇ ନିଜ ନିଜ ସପକ୍ଷରେ ପ୍ରାର୍ଥୀମାନେ ମତଦାନ କରିବା ପାଇଁ ନିବେଦନ କରିଥିଲେ । ଆଜି ଏହି ନିର୍ବାଚନକୁ ନେଇ ନୂତନ କୋର୍ଟ ପରିସରରେ ଓକିଲମାନଙ୍କ ଗହଳି ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଅଧ୍ୟକ୍ଷ ପଦରେ ପ୍ରଥମ ଥର ପାଇଁ ସର୍ବାଧିକ ୬ ଜଣ ପ୍ରତିଦ୍ୱନ୍ଦୀ ପ୍ରତିଦ୍ୱନ୍ଦିତା କରିଛନ୍ତି । ଏହି ପ୍ରତିଦ୍ୱନ୍ଦିମାନେ ହେଲେ ଭୀଷ୍ମୟ କୁମାର ଦାସ, ଦଣ୍ଡପାଣି ଚୌଧୁରୀ, ଚନ୍ଦ୍ରମଣି ଦାସ, ପ୍ରଦୀପ କୁମାର ମିଶ୍ର, ସଦାନନ୍ଦ ସାହୁ, ସେହିପରି ସଂପାଦକ ପଦରେ ୩ ଜଣ ପ୍ରତିଦ୍ୱନ୍ଦିତା କରିଛନ୍ତି ସେମାନେ ହେଲେ ଅଗ୍ନି କୁମାର ପ୍ରଧାନ, ଦେବାନନ୍ଦ ତନ୍ତି, କୀଷନ କରେଇ । ଯୁଗ୍ମ ସଂପାଦକରେ ବିନୟ କୁମାର ଜେନା, ଏଲ ଏ ହରିଦ୍ୱାରା ସହ ସଂପାଦକ (ଏସଏମ) ଫଣ୍ଡ ପଦ ପାଇଁ ଗୁରୁଚରଣ ଖୁଟିଂଆ, ତାପସ ପରିଜାଙ୍କ ସହ ବିଭିନ୍ନ ପଦପଦବୀ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସକାଳ  ୮ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା । ପରେ ଗଣତି ଆରମ୍ଭ ହୋଇଥିଲା । ରାଉରକେଲା ଓକିଲ ସଂଘର ଏହି ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବରେ  ଚର୍ତୁଭୂଜ ନାୟକ, ଓ ୧୬ ଜଣ ସହଯୋଗୀ ରହିଛନ୍ତି । ୭୮୫ ଆଇନଜୀବୀ ଓକିଲ ସଂଘରେ ସଭ୍ୟ ରହିଛନ୍ତି । ଯାହା ମଧ୍ୟରେ ଆଜି ୬୨୩ ମତଦାନ କରିଥିଲେ । 

Leave a Reply

Your email address will not be published. Required fields are marked *