ମନୋରଞ୍ଜନମୁଖ୍ୟ ଖବରରାଜ୍ୟ

“ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନ ମେଳା ଓ ପ୍ରକଳ୍ପ ପ୍ରତିଯୋଗୀତା ଉଦଘାଟିତ

ବରଗଡ଼,୧୫/୧୨ (ଉତ୍କଳ ସମାଚାର) (ଶ୍ରୀକାନ୍ତ ମଟାରୀ ): ପଦ୍ମପୁର ସ୍ଥାନୀୟ ଆଦିବାସୀ କଲ୍ୟାଣ ବିଭାଗର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ଅନ୍ୱେଷା ଖେଳ ପଡିଆରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ,ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗୀତା ଉଦଘାଟିତ ହୋଇଯାଇଛି l ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମିତ୍ରଭାନୁ କଚ୍ଛପ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଯୋଗଦେଇଥିଲେ ଏବଂ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ, ଶ୍ରୀଯୁକ୍ତ ଛତ୍ରପତି ସାହୁ,ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ,ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ, ଶ୍ରୀଚୁଡ଼ାମଣି ବାରିକ, ଶ୍ରୀ ମଛିନ୍ଦ୍ର ମଲ୍ଲିକ, ଶ୍ରୀ ଶୁଭମ୍ ପତି, ଶ୍ରୀମତୀ ସେବାଶ୍ରୀ ଭୋଇ, ଶ୍ରୀମତୀ ଅମୃତା ସାହୁ, ସୁଶ୍ରୀ ଭାବନା ସାହୁ, ସୁଶ୍ରୀ ମିଶ୍ରାନୀ କୁମ୍ଭାର , ଶ୍ରୀ ରାମଲାଲ ବରିହା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରୋଜ ପଟ୍ଟନାୟକ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପର୍ଶୁରାମ ଧରୁଆ ପ୍ରମୁଖ ମଞ୍ଚାସିନ ଥିଲେ l ସର୍ଵ ପ୍ରଥମେ ମୁଖ୍ୟଅତିଥିଙ୍କ କରକମଳ ରେ ଶ୍ରୀଗଣେଶ ଓ ସିଦ୍ଧିଦାତ୍ରି ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରି ଏହି ମହୋତ୍ସବ ର ଶୁଭାରମ୍ଭ କରିଥିଲେ l ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ର ଛାତ୍ରୀମାନେ ଶ୍ରୀ ଅନ୍ତର୍ଯ୍ୟାମୀ ମେହେର ଙ୍କ ସଂଗୀତ ନିର୍ଦ୍ଦେଶନାରେ ସ୍ଵାଗତ ସଂଗୀତ ଗାନକରିଥିଲେ l ସମସ୍ତ ଅତିଥି ବିଜ୍ଞାନ ର ଜୟଗାନ ସହ ଛାତ୍ରଛାତ୍ରୀ ଙ୍କୁ ପ୍ରୋତ୍ସାହିତ କରିଥିଲେ l ଏହି ପ୍ରଦର୍ଶନୀ ରେ ମୋଟ 225 ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଛି l ଏହି ପ୍ରଦର୍ଶନୀ 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ l ଆଜି ପ୍ରଥମ ପର୍ଯ୍ୟାୟ ରେ ଅଭିଜ୍ଞ ବିଜ୍ଞାନଶିକ୍ଷକ ମାନଙ୍କ ଦ୍ଵାରା ପର୍ଯ୍ୟବେକ୍ଷଣ କରାଯିବl ସମସ୍ତ ଛାତ୍ର ଛାତ୍ରୀ ଓ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସୁବିଧାରେ ରହିବା ଓ ସ୍ଵାଦିଷ୍ଟ ଭୋଜନ ର ବ୍ୟବସ୍ଥା କରାଯାଇଛି lଉଦଘାଟନୀ ଉତ୍ସବରେ ମଞ୍ଚପରିଚାଳନା କରିଥିଲେ ଶ୍ରୀ ରାଜେଶ ଖମାରୀ ଓ ଶ୍ରୀ ଦ୍ୱାଦଶ ପ୍ରଧାନ l ଆଜିର ସବୁଠାରୁ ଆକର୍ଷଣୀୟ ଥିଲା ବାରିକେଲ୍ ଉଚ୍ଚ ବିଦ୍ୟାଳୟ ଓ ଦେଉଲୀପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପାରମ୍ପରିକ ଲୋକବାଦ୍ୟ ଓ ନୃତ୍ୟ ସହ ଅତିଥି ମାନଙ୍କୁ ସ୍ଵାଗତ କରୁଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ପଟ୍ଟନାୟକ ଓ ଛତ୍ରୀ ସାର୍ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହୋଇ ଥିଲା lଶେଷରେ ଶ୍ରୀଯୁକ୍ତ ଚୂଡ଼ାମଣି ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜି ଦ୍ଵିତୀୟ ପର୍ଯ୍ୟାୟରେ ସଂଧ୍ୟା 6 ଟା ରୁ ଶ୍ରୀ ଗୋବିନ୍ଦ ସେଠ୍ ଓ ସୁଶ୍ରୀ ସୋନାଲିକା ଶବର ଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହେବ l

Leave a Reply

Your email address will not be published. Required fields are marked *