ଅପରାଧମହାନଗରମୁଖ୍ୟ ଖବରରାଜ୍ୟ

ରାୟଗଡ ମହାବିଦ୍ୟାଳୟ ର  ଯୁକ୍ତ ୩  ଛାତ୍ର କୁ ଛୁରୀ ଭୁସି ହତ୍ୟା

ରାୟଗଡ,୧୫/୧୨ (ଉତ୍କଳ ସମାଚାର) (ବିଦ୍ୟା ଭୂଷଣ ପଣ୍ଡା): ରାୟଗଡ ସହର ରେ ଛୁରୀ ଭୁସି ଯୁବକ ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୧0.୩0 ଟା ସମୟରେ ପ୍ରମଦ କୁମାର କୋଲାକା ନାମକ ଜଣେ ଯୁବକ ପୂର୍ବତ୍ତନ ଜିଲ୍ଲା ପରିଷଦ ଅଧକ୍ଷ ଗଙ୍ଗା ପୁଆଲା ଙ୍କ ୬ ବର୍ଷ ର ଝିଅ କୁ ସ୍କୁଲ୍ ରୁ ନେଇକି ଆସୁଥିଲେ | ସେହି ସମୟରେ ସ୍ଥାନୀୟ ଗୌତମ ନଗର ୬ ନମ୍ବର ସାହି ରେ ହଟାତ୍ ତିନିଜଣ ଯୁବକ ଦୁଇଚକିଆ ଜାନ ରେ ଆସି ପ୍ରମୋଦ ଙ୍କୁ ଛୁରୀ ରେ ଆକ୍ରମଣ କରିଥିଲେ। ଛୁରୀ ସିଧାସଳଖ ଛାତି ରେ ବାଜିବା ଯୋଗୁଁ ପ୍ରମୋଦ ଙ୍କୁ ମୁର୍ତ୍ୟୁ ଘଟଣା ସ୍ଥଳରେ ହେଇଥିଲା । ସୂଚନା ପାଇ ଶ୍ରୀ ଗଙ୍ଗା ପୁଆଲା ଘଟଣା ସ୍ଥଳ ରେ ତୁରନ୍ତ ପହଞ୍ଚିଥିଲେ। ଶ୍ରୀ ପୁଆଲା ଙ୍କ କହିବା ଅନୁସାରେ କିଛି ଦିନ ତଳେ ପ୍ରମୋଦ କୁ ମାରିଦେବା ପାଇଁ କେହି ଜଣେ ଧମକ୍ ଦେଉଥିବା କଥା ସେ ଆସି କହିଥିଲେ। ତେବେ ଏହା କେଉଁ କାରଣ ରୁ ଘଟିଛି ତାହାର ସଠିକ୍ ସୂଚନା ବର୍ତମାନ ପର୍ଯ୍ୟନ୍ତ ମିଳିନାହିଁ। ଘଟଣା ଘଟିବା ପରେ ପ୍ରମୋଦ ଙ୍କୁ ଜିଲ୍ଲା ଚିକିଛାଳୟ ନେବାପରେ ସେଠାରୁ ଶବ ବ୍ୟବଛେଦ ପାଇଁ ନିଆଯାଇଥିଲା। ଘଟଣା ସ୍ଥଳ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଏସ ଡ଼ି ପି ଓ ଏବଂ ସଦର ଥାନା ଥାନାଧିକାରୀ ପହଞ୍ଚି ତଦନ୍ତ କରିବା ସହ ଖୁବ୍ ଶୀଘ୍ର ଦୋଷୀ ଙ୍କୁ ଧରାଯିବ ବୋଲି ଗଣମାଧ୍ୟମ ରେ ସୂଚନା ଦେଇଛନ୍ତି। ଫରେନସିକ୍ ଟିମ୍ ଘଟଣା ସ୍ଥଳ ରେ ପହଞ୍ଚି ଅନୁଧ୍ୟାନ କରିଥିବା ଜଣା ପଡିଛି। ସୂଚନା ଥାଉକି ମୃତ ବ୍ୟକ୍ତି ଜଣକ ଶ୍ରୀ ପୁଆଲା ଙ୍କ ନିଜ ଭଣଜା ଏବଂ ସେ ରାୟଗଡ ସହର ରେ ରହି ରାୟଗଡ ସ୍ୱୟଂସାସିତ ମହାବିଦ୍ୟାଳୟ ରେ ଯୁକ୍ତ ୩ ର ତୃତୀୟ ବର୍ଷ ଛାତ୍ର ଥିଲେ।ଜନଗହଳି ପୂର୍ଣ୍ଣ ସ୍ଥାନ ରେ ଏଭଳି ହତ୍ୟା କାଣ୍ଡ କୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯିବା ସହ ସହର ର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ଉପରେ ଚିନ୍ତା ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *