Uncategorized

ସାରଦାଙ୍କୁ ମିଳିଲା ବିଜେଡ଼ି ଟିକେଟ୍‌

ରାଉରକେଲ,୬/୪ (ଉତ୍କଳ ସମାଚାର): ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ପ୍ରାର୍ଥୀ କରିଛି  ବିଜୁ ଜନତା ଦଳ । ସାରଦାଙ୍କ ନାମ ଘୋଷଣା ହେବା ପରେ ରାଉରକେଲାରେ ବିଜେଡ଼ି କର୍ମୀମାନେ ଉତ୍ସାହିତ ହେବା ସହ ବାଣ ଫୁଟାଇ ମିଠା ବାଟିଂ ଖୁସି ପାଳନ କରିଛନ୍ତି । ରାଉରକେଲାବାସୀ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । କୋଏଲନଗର, ଜଗଦା, ବନ୍ଧମୁଣ୍ଡା, ନୟାବଜାର, ମଧୁସୂଦନପାଲି, ବାସନ୍ତୀ କଲୋନୀ, ଛେଣ୍ଡ, ସିଭିଲଟାଉନସିପ୍ ଓ ପୁରୁଣା ରାଉରକେଲାର ବିଭିନ୍ନ ସ୍ଥାନରେ କର୍ମୀମାନେ ଖୁସିରେ ବାଣ ଫୁଟାଇବା ସହ ମିଠା ବାଟିଂ ଖୁସିର ଉତ୍ସବ ପାଳନ କରିଛନ୍ତି । ରାଉରକେଲା ନଗର ସଭାପତି ଗଗନ ପଣ୍ଡା, ଜୟନ୍ତ ମିଶ୍ର, ସଭାନେତ୍ରୀ ଜ୍ୟୋତ୍ସା ନାୟକ, ଜ୍ୟୋତ୍ସା ସ୍ୱାଇଁ, ମୀନତୀ ଜେନା,  ସଂଗୀତା ମହାନ୍ତି, ଲୀନାବତୀ  ସାହୁ, କୃଷ୍ଣଚନ୍ଦ୍ର ସିଂ, ପ୍ରିୟବ୍ରତ ଭଂଜ, ରାଉରକେଲା ସାଂଗଠନିକ ସଭାପତି ବିଭୂତି ଭୂଷଣ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *