Uncategorized

ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ ଗୋପି ଚାନ୍ଦ ବେହେରା

ରାଜଗାଙ୍ଗପୁର,୯/୪ (ଉତ୍କଳ ସମାଚାର) (ସୁବାଷ ବେହେରା): ୧୯୯୦ ମସିହା ରେ ଶ୍ରୀ ରାମ ଜନ୍ମ ଭୂମି ଆନ୍ଦୋଳନ ରେ କାର ସେବା କରିବାକୁ ଯାଇଥିବା ଗୋପି ଚାନ୍ଦ ବେହେରା ଙ୍କ କହୀବା ଅନୁଯାଇ ଦୀର୍ଘ ୩୫ ବର୍ଷ ପୂର୍ବେ କରିଥିବା ସଂକଳ୍ପ ବର୍ତମାନ ପୂର୍ଣ୍ଣ ହେବାକୁ ଯାଉଛି ଯାହାକି ସେ ସମୟରେ ହୃଦୟ କାନ୍ଦୁ ଥିଲା ଉତ୍ତର ପ୍ରଦେଶ ସରକାର – ମୋଲାୟମ ସିଂହ ଯାଦବ ସେ ରାମ ଭକ୍ତ କାର ସେବକ ଙ୍କ ଉପରେ ଗୁଳି କରି ଥିଲେ ଅନେକ କାର ସେବକ ସେଠାରେ ବୀର ଗତି କୁ ପ୍ରାପ୍ତ ହୋଇ ଥିଲେ ସେହି ଦୃଶ୍ୟ ଦେଖି ତାଙ୍କ ସ୍ମୃତି ରେ ସଂକଳ୍ପ କରିଥିଲା ଯେ ଦିନେ ମନ୍ଦିର ନିର୍ମାଣ ହେବ। ମୁଁ ଆସି ବୀର ଗତି କୁ ପ୍ରାପ୍ତ କରି ଥିବା କାର ସେବକଙ୍କୁ ତିଳ ତର୍ପଣ କରିବା ପରେ ଶ୍ରୀ ରାମ ଲଲାଙ୍କ ଦର୍ଶନ କରିବି ଓ ସେହି ସଂକଳ୍ପ ଟି ବର୍ତ୍ତମାନ ପୂର୍ଣ୍ଣ ହେବାକୁ ଯାଉଛି ଓ ମୁଁ ଗୋପି ଚାନ୍ଦ ବେହେରା ଯାତ୍ରା ଆରମ୍ଭ କରିବି ଓ ମୋ ସହିତ ଭାଇ ,ବନ୍ଧୁ ଓ କୁଟୁମ୍ବ ଙ୍କ ସହିତ ୭ ଜଣିଆ ଦଳ ଆମେ ତା ୧୦-୦୪-୨୦୨୪ ରିଖ ଦିନ ରାଜଗାଙ୍ଗପୁର ରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିବୁ । ପ୍ରଥମେ – ବାରାଣସୀ/କାସିବିଶ୍ୱାନଥ ଙ୍କ ଦର୍ଶନ କରିବେ ତାପରେ ଶ୍ରୀ ରାମ ଲାଳଙ୍କ ଦର୍ଶନ ପାଇଁ ଓ ସଂକଳ୍ପ ପୂର୍ଣ୍ଣ କରିବା କୁ ଅଯୋଧ୍ୟା ଯିବେ ସଂକଳ୍ପ ପୂର୍ଣ୍ଣ ହେଲା ପରେ ଜଗତର ନାଥ ଜଗନ୍ନାଥ ଙ୍କୁ ଦର୍ଶନ କରିବେ ସେଥି ପାଇଁ ତାଙ୍କ ସାହି ପଡିଶା ରେ ହର୍ଷ ଉଲ୍ଲାସ ଖେଳି ଯାଇଛି ଓ ସେମାନେ ମଧ୍ୟ ଷ୍ଟେସନ ଯିବା ପାଇଁ ଇଚ୍ଛା ପ୍ରକାଶ କରି ଚନ୍ତି । ଏଥି ପାଇଁ ୫୦୦ ବର୍ଷ ପରେ ଆମ ଶ୍ରୀ ରାମ ଙ୍କ ବନ ବାସ ସମ୍ପୂର୍ଣ୍ଣ ହୋଇଛି ବୋଲି ସମସ୍ତେ ବିଶ୍ଵ ହିନ୍ଦୁ ପରିଷଦ ସହିତ ବଜରଙ୍ଗ ଦଳ ଓ ସଂଘ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ଓ ବିଶ୍ୱାସ ରଖିଛନ୍ତି ତାଙ୍କର ସହ ଶୁଭ ଚିନ୍ତକ ଓ ଶ୍ରୀ ରାମ ଭକ୍ତ ହନୁମାନ ତାଙ୍କର ପଥକୁ ସୁଗମ କରିବେ ବୋଲି ବିଶ୍ୱାସ ରହିଛି

Leave a Reply

Your email address will not be published. Required fields are marked *