ଖେଳମୁଖ୍ୟ ଖବରରାଜ୍ୟ

ଭୁବନେଶ୍ୱର ସହ ସେମି ଫାଇନାଲ ଖେଳିବ ସୋହେଲା 

ସୋହେଲା ,୧୬/୧୨ (ଉତ୍କଳ ସମାଚାର) ( ଅଶୋକ ବାଙ୍କ): ବରଗଡ଼ ଜିଲ୍ଲା ସୋହେଲା ସ୍ଥିତ ମିନି ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ସୋହେଲା କପ୍ ଦ୍ଵିତୀୟ ସେମି ଫାଇନାଲ ରେ ପ୍ରବେଶ କରିଛି ସୋହେଲା ଆଥଲେଟିକ ଆସୋସିଏସନ୍ ସୋହେଲା ଦଳ । ଶୁକ୍ରବାର ଅନୁଷ୍ଠିତ ଷଷ୍ଠ ଦିବସରେ ଚକ୍ରଧର ପୁର ସ୍ପୋର୍ଟସ ଏକାଡେମୀ ସହ ଖେଳିଥିଲେ ସୋହେଲା ଏଥଲେଟିକ ଏସୋଷିଏସନ୍ ସୋହେଲା ଦଳ। ଆଜିର ଅନୁଷ୍ଠିତ ମ୍ୟାଚ୍ ରେ ପ୍ରଥମାର୍ଦ୍ଧରେ ହାକିମ୍ ଗୋଟିଏ ଗୋଲ୍ ଦେଇଥିବା ବେଳେ ପର୍ମେଶ୍ ଗୋଟିଏ ଗୋଲ୍ ଦେଇଥିଲେ ଓ ସୋହେଲା ଦଳ ୨-0 ରେ ଚକ୍ରଧର ପୁର ଝାଡ଼ଖଣ୍ଡ କୁ ପରାସ୍ତ କରିଥିଲା ଓ ଏହା ଖେଳ ସମୟ ସରିବା ପର୍ଯ୍ୟନ୍ତ ବଜାୟ ରଖିଥିଲା ସୋହେଲା ଦଳ। ମ୍ୟାଚଟି କୁ ଫାଓ ରେଫରୀ ପ୍ରଶାନ୍ତ ବେହେରା, ଜିତେନ୍ଦ୍ରିୟ ଥନାପତି, ଶଶିକାନ୍ତ ଦାସିଆ , ଲିଙ୍ଗରାଜ ପଧାନ ପରିଚାଳନା କରିଥିଲେ। ସୁରେଶ ଦାସ୍ ମ୍ୟାଚ୍ କମିଶନର ଦାୟିତ୍ଵ ତୁଲାଇଥିଲେ। ଶ୍ରେଷ୍ଠ ଖେଳାଳି ଭାବେ ସୋହେଲା ଦଳ ର ଗୋଲ୍କି ସିଦ୍ଧାନ୍ତ ପଧାନ କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ସୋହେଲା ବିଡିଓ ସୁରେନ୍ଦ୍ର ମେହେର ଓ ମହମ୍ମଦ ମନ୍ସୁର ଯୋଗଦେଇଥିଲେ । ଆସନ୍ତା କାଲି ଶନିବାର ଦ୍ଵିତୀୟ ସେମି ଫାଇନାଲ ସୋହେଲା ଆଥଲେଟିକ୍ ଆସୋସିଏସନ୍ ସହ ଭୁବନେଶ୍ୱର ଜଗା ୟୁନାଇଟେଡ ର ମ୍ୟାଚ୍ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *