Uncategorized

ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ

ଅନୁଗୁଳ,୧୦/୪ (ଉତ୍କଳ ସମାଚାର): : ୨୦୧୭ ମସିହା ଅକ୍ଟୋବର ୮ ତାରିଖରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏକ ନାବାଳିକା ବଳାତ୍କାର ମାମଲାର ରାୟ ମଙ୍ଗଳବାର ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟରେ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ ବାଗଡିଆ ଥାନା ଖମାର ଖ୍ରୀଷ୍ଟିଆନ୍ ସାହିର  ପିଟର ନାଏକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହିତ ୮୦ ହଜାର ଟଙ୍କା ଜରିମାନା , ଅନାଦେୟ ଅଧିକ ଦେଢ଼ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରା ଯାଇଛି । ସୂଚନା ଅନୁସାରେ , ୨୦୧୭ ମସିହା ଅକ୍ଟୋବର ୮ ତାରିଖ ଦିନ ନିଶା ଶିଳ୍ପାଞ୍ଚଳ ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାକୁ ପ୍ରେମ ଜାଲରେ ଫସାଇବା ପରେ ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ପିଟର ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ ନାବାଳିକାର ବଡ଼ ଭଉଣୀ ଅଭିଯୁକ୍ତର ଗାଁ ନିକଟରେ ବିବାହ କରିଥିଲେ । ନାବାଳିକା ସେଠାକୁ ଯା’ଆସ କରିବା ମଧ୍ୟରେ ଅଭିଯୁକ୍ତ ସହିତ ଦେଖା ସାକ୍ଷାତ ଓ ପରେ ପ୍ରେମ ହୋଇଥିଲା । ଅକ୍ଟୋବର ୮ ତାରିଖ ଦିନ ଲକ୍ଷ୍ମୀପୂଜା ଦେଖ‌ିବା କହି ପିଟର ମୋଟରସାଇକେଲରେ ବସାଇ ନାବାଳିକାକୁ ଅନୁଗୁଳକୁ ଆଣିଥିଲା । ବିବାହ ପ୍ରତିଶ୍ରୁତି ଦେଇ ଫେରାର୍ ହୋଇଯାଇଥିଲେ । ଝିଅ ଘରକୁ ନଫେରିବାରୁ ନାବାଳିକାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁକ୍ଲ କରି ତଦନ୍ତ ଚଳାଇଥିବା ବେଳେ ୧୦ ତାରିଖ ଦିନ ନାବାଳିକାକୁ ପୁରୀଘାଟ ଥାନା ଇଲାକାରୁ ଉଦ୍ଧାର କରାଯାଇଥିଲା । ଏଥି ସହିତ ଅଭିଯୁକ୍ତ ପିଟରକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଏହି ମାମଲାର ଶୁଣାଣି ଫାଷ୍ଟଟ୍ରାଲ୍ କୋର୍ଟରେ ଚାଲିଥିଲା । ମୋଟ୍ ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଅଭିଯୁକ୍ତ ପିଟରକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିତ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଭୁତିଆ ମାମଲା ପରିଚାଳାନ କରିଥିଲେ ।

Leave a Reply

Your email address will not be published. Required fields are marked *