Uncategorized

ପୂବର୍ତନ ବିଜେଡି ସଭାପତି ଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ

ରାଜଗାଙ୍ଗପୁର ,୧୦/୪ (ଉତ୍କଳ ସମାଚାର) (ସୁବାଷ ବେହେରା): ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଟାଉନ ପୂର୍ବତନ ବିଜେଡି ସଭାପତି ଅମରେଶ ଚନ୍ଦ୍ର ପଣ୍ଡା ଙ୍କ ଉପରୁ ନିଲମ୍ବନ ଆଦେଶ କୁ ପ୍ରତିହାର କରିଥିବା ଜଣା ଯାଇଛି ।ସେ  ପୂର୍ବତନ ବିଧାୟକ ମଙ୍ଗଳା କିଶାନ ଙ୍କ ଘନିଷ୍ଠ ସହଯୋଗୀ ଥିବା ବେଳେ ସବୁ ସମୟରେ ଦଳ ହେଉ କି ବ୍ୟତିଗତ କାର୍ଯ୍ୟରେ ନିଲମ୍ବିତ ଆଦେଶ କୁ ଭୁକ୍ଷେପ ନକରି ଦଳ ପାଇଁ ଏବଂ ପୂର୍ବତନ ମଙ୍ଗଳା କିଷାନ ଆଦେଶକୁ ମାନି କାର୍ଯ୍ୟ କରି ଚାଲି ଥିଲେ l ଦୀର୍ଘ ତିନି ବର୍ଷ ପରେ ଆଜି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିବା ନେଇ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇ ଥିବା ଜଣା ଯାଇଛି । ନିଲମ୍ବନ ହଟିବା ପରେ ଅମରେଶ ଙ୍କ ସମର୍ଥକ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଲଗାଇ ମିଠା ବଣ୍ଟନ କରି  ଉତ୍ସହ ରେ ମୁଖରିତ ହେବା ଦେଖିବାକୁ ମିଳୁଛି। ଆସନ୍ତା ନିର୍ବାଚନକୁ ଦୃଷ୍ଟି ରେ ରଖି  ବିଜୁ ଜନତା ଦଳ ରେ ତିନିଜଣ ପୂର୍ବତନ ଟାଉନ ସଭାପତି ଙ୍କୁ ନିଲମ୍ବିତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅମରେଶ ଚନ୍ଦ୍ର ପଣ୍ଡା ଙ୍କ ନିଲମ୍ବିତ ଆଦେଶ ପ୍ରତିହାର କରା ଯାଇ ଥିବା ବେଳେ ଅନ୍ୟ ଦୁଇ ଜଣ ଙ୍କ ନିଲମ୍ବିତ ଆଦେଶ ପ୍ରତିହାର କେବେ ହେବ ତା ଉପରେ ରାଜନୈତିକ ମହଲରେ ଚର୍ଚ୍ଚା ବିଷୟ ହେଉଅଛି।

Leave a Reply

Your email address will not be published. Required fields are marked *