Uncategorized

ବାସନ୍ତୀକ ଦୁର୍ଗାପୂଜା  ଅବସରରେ  ଉଛବ ନାଟକ ମହୋତ୍ସବ୨୦୨୪ ଉଦଘାଟିତ

ବରଗଡ଼ ସୋହେଲା ୧୨/୦୪/୨୦୨୪ (ଅଶୋକ କୁମାର ବାଙ୍କ) (ଉତ୍କଳ ସମାଚାର): – ବରଗଡ଼ ଜିଲ୍ଲା ସୋହେଲା ଠାରେ ଗତ ୯ ତାରିଖ ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇଯାଇଛି ନବଦିନାତ୍ମକ ବାସନ୍ତୀକ ଦୁର୍ଗାପୂଜା  । ମଙ୍ଗଳବାର ସକାଳୁ ପ୍ରଥମେ କଳସ ଯାତ୍ରା ଓ ପୂଜାରମ୍ଭ କରାଯାଇଥିଲା ।ଏହି ପୂଜା ଟି ନ ଦିନ ଧରି  ଆସନ୍ତା ୧୮ ତାରିଖରେ ସମ୍ପନ୍ନ ହେବ ।  ଏ ଅବସରରେ ଆଜି ମନ୍ଦିର ପ୍ରାଙ୍ଗଣ ରେ ଥିବା ଚେତନା ମଣ୍ଡପ ରେ ଆୟୋଜନ କରାଯାଇଥିବା ମନୋରଞ୍ଜନ କାର୍ଯକ୍ରମ ଉଚ୍ଛବ ର ଶୁଭ ଉଦ୍ଘାଟନ ସାର୍ବଜନୀନ ଦୁର୍ଗାପୂଜା କମିଟି ର ସଭାପତି ପ୍ରକାଶ ଚନ୍ଦ୍ର ଦେବତା ମା ସମଲେଇ ଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ପ୍ରଥମେ ଚେତନା ସାଂସ୍କୃତିକ ଅନୁଷ୍ଠାନ ସୋହେଲା ତରଫରୁ (ଢାପ) ପରିବେଷଣ କରାଯାଇଥିଲା ପରେ ଡ୍ରାମା ଚେତନା ଦ୍ଵାରା ରାଜେଶ୍ କାରୀଆ ଙ୍କ ଲିଖିତ (ଡାହି ) ପରିବେଷଣ ହୋଇଥିଲା । ଏହି ଉଚ୍ଛବ ନାଟ୍ୟ ମହୋତ୍ସବ ୧୪ ତାରିଖ ରବିବାର ପର୍ଯ୍ୟନ୍ତ ପ୍ରତ୍ୟେକ ରାତ୍ରି ୮.୩୦ ମି ରୁ ହେବ । ଉଦ୍ଘାଟନ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ଦୁର୍ଗାପୂଜା କମିଟି ସଭାପତି  ପ୍ରକାଶ ଚନ୍ଦ୍ର ଦେବତା, ସମ୍ପାଦକ ଦିଲ୍ଲୀପ ଖମାରୀ ,  ଡ ଶିଶିର କୁମାର ସାହୁ , ନଥୁରମ ଅଗ୍ରୱାଲ , ଟଙ୍କଧର ଝାଙ୍କର , ଗୋବିନ୍ଦ  ସାହୁ , ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ   ଥିଲେ ।  ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ ସମ୍ବଲପୁରୀ ଭାଷା ଆନ୍ଦୋଳନ ରେ ଏହା ର ଅବଦାନ ବିଷୟରେ ଆଲୋଚନା କରିଥିଲେ । ନାଟ୍ୟକାର ରାଜେଶ୍ କାରିଆ ନାଟକ ମାଧ୍ୟମରେ ସମାଜ ରେ ଘଟୁଥିବା  ସତ୍ୟତା ଦେଖେଇ ପାରୁଥିବା ବିଷୟ ରେ ନିଜର ବାର୍ତ୍ତା ରଖିଥିଲେ । ୧୫ ଓ ୧୬ ତାରିଖ ରେ ପାରାୟଣ  ର ଆୟୋଜନ କରାଯାଇଥିବା ବେଳେ ୧୭ ତାରିଖ ତିନୋଟି ମହିଳା  କୀର୍ତ୍ତନଧାରା ପରିବେଷଣ ହେବ । ୧୬ ତାରିଖ ରାମନବମୀ ଅବସରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହେବ । ନାଟକ ମହୋତ୍ସବ  ଉଛଵ ରେ ମଞ୍ଚ ପରିଚାଳନା ଡ୍ରାମା ଚେତନା ର ସଞ୍ଚାଳକ ଡ ତୁଷାର କାନ୍ତ ସାହୁ କରିଥିବା ବେଳେ ସୁଶାନ୍ତ ପାଣିଗ୍ରାହୀ ସମସ୍ତ କଳାକାର ତଥା ଆୟୋଜକ କମିଟି ଓ ଦର୍ଶକ ଙ୍କୁ  ଧନ୍ୟବାଦ୍ ଜ୍ଞାପନ  କରିଥିଲେ ।

Leave a Reply

Your email address will not be published. Required fields are marked *