Uncategorized

ବିଜେପିର ଷ୍ଟାର ପ୍ରଚାରକ ତାଲିକାରୁ ହଟିଲେ ଏକନାଥ ଶିନ୍ଦେ ଓ ଅଜିତ ପାୱାର

ନୂଆଦିଲ୍ଲୀ ,୧୩/୪ (ଉତ୍କଳ ସମାଚାର):: ଆସନ୍ତା ୧୯ ତାରିଖଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏଭରି ସ୍ଥିତିରେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ବିଜେପିର ତାରକା ପ୍ରଚାରକ ତାଲିକାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ବାଦ୍ ଦିଆଯାଇଛି । ବିଜେପି ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଥିବା ୪୦ ଜଣିଆ ତାରକା ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତାଙ୍କର ନାମ ରହିଛି । ମାତ୍ର ସବୁଠାରୁ ବଡ଼ କଥା ହେଉଛି ଏହି ଲିଷ୍ଟରୁ ଶିନ୍ଦେ ଓ ଅଜିତଙ୍କ ନାମ୍ ବାଦ୍ ଦିଆଯାଇଛି । ପୁରୁଣା ଲିଷ୍ଟରେ ଏହି ଦୁଇ ନେତାଙ୍କର ନାମ ରହିଥିଲା ।

Leave a Reply

Your email address will not be published. Required fields are marked *