Uncategorized

ଖଜୁରୀପଡା ଥାନା ଅଧିକାରୀଙ୍କ ଦବଙ୍ଗଗିରି, ଢ଼ାବା ମାଲିକଙ୍କୁ ଦେଉଛନ୍ତି ଶାରୀରିକ ଓ ମାନସିକ ନିର୍ଯାତନା

ଫୁଲବାଣୀ ,୧୯/୪ (ଉତ୍କଳ ସମାଚାର) ( ରଞ୍ଜିତ କୁମାର ): ରକ୍ଷକ ସାଜୁଛି ଭକ୍ଷକ  କିଛିଦିନ ହେବ ଖଜୁରୀପଡା ଥାନା ଅଧିକାରୀ ଚାପଧରି ପ୍ରଧାନଙ୍କ ବଡ଼ିବାରେ ଲାଗିଛି ଦାଦାଗିରି ସାଧାରଣ ଜନତା ନ୍ୟାୟ ପାଇବା ପରିବର୍ତ୍ତେ ପାଉଛନ୍ତି ନିର୍ଯ୍ୟାତନା । ରକ୍ଷକ ହୋଇ ଭକ୍ଷକ ସାଜିଥିବା କଥା କହୁଛନ୍ତି ଅଂଚଳର ସାଧାରଣ ଜନତା । ଜନତାଙ୍କ ସୁରକ୍ଷାକର୍ମୀ ହୋଇ ଏପରି କାମକୁ ନିନ୍ଦା କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଂଚଳରେ । ଖଜୁରୀପଡା ନିକଟ ଡୁମୁରିଖୁଲ ଅଂଚଳର ସୁବ୍ରତ କୁମାର ସାହୁ ଜଣେ ଶିକ୍ଷିତ ଯୁବକ ଆତ୍ମ ନିର୍ଭରଶୀଳ ହେବା ପାଇଁ  ଏକ ଢ଼ାବା ଖୋଲିଛନ୍ତି, ଢ଼ାବାଟି ଖଲିବାର ମାତ୍ର ଛ ସାତ ମାସ ହେଉଛି ଢ଼ାବା ମାଲିକ ସୁବ୍ରତଙ୍କ ଅଭିଯୋଗ କିଛିଦିନ ହେବ ଖଜୁରୀପଡା ଥାନା ଅଧିକାରୀ ବାରମ୍ବାର ମୋ ଢ଼ାବା କୁ ଆସି ତାଲାସୀ ନିଅନ୍ତି କିନ୍ତୁ ସେମିତି କିଛି ପାଆନ୍ତି ନାହିଁ । ମୁଁ ତାଙ୍କୁ ଭଦ୍ରତାର ସହ ତଲାସ କରିବାର କାରଣ ପଚାରିଲେ ସେ ଏଠି ମଦ ବିକ୍ରି କରୁଛୁ ତେଣୁ ତୋ ଢ଼ାବା ତଲାସୀ  କରାଯାଉଛି ଏହା କହି ଚାଲିଯାନ୍ତି । ଏପରି ମୋ ଢାବାକୁ ଚାରିଥର ଆସିଲେଣି,  ଗତ ବୁଧବାର ରାତି ପ୍ରାୟ ଏଗାରଟା ସମୟରେ ଥାନା ଅଧିକାରୀ ଆଉ ତାଙ୍କର ଚାରିଜଣ ଗୃହରକ୍ଷୀ ମୋ ଢାବାରେ ଆସି ପହଂଚିଥିଲେ  ମୋ ଢାବାରେ ଆତର୍କିତ ଭାବେ ପଶି ସବୁ ତଲାସୀ କରିଥିଲେ ହେଲେ କିଛି ପାଇନ ଥିଲେ। ମୁଁ ଏହାକୁ ନେଇ ତାଙ୍କୁ ପଚାରିଥିଲି, ସାର ଆପଣ ମୋ ଢାବାରେ ବାରମ୍ବାର ଏପରି ତଲାସୀ କରିବା ର କାରଣ କଣ ? ମୁଁ ଜଣେ ମଦୁଆ ନୁହଁ କି ମଦ ବିକ୍ରି କରୁନି, ଚାରିଥର ଆସିଲେଣି କିଛି ମିଳୁନି ହେଲେ ଏପରି ମାନସିକ ଚାପ ଦେଉଛନ୍ତି କାହିଁକି ? ଏତିକି କହିବ କ୍ଷଣି ଥାନା ଅଧିକାରୀ ଚାପ ଧରି ପ୍ରଧାନ ମୋତେ ଅସଭ୍ୟ ଭାଷାରେ ଗାଳି ଦେବା ସାଙ୍ଗେ ସାଙ୍ଗେ ଜାତି ଗତକୁ ଆକ୍ଷେପ କରି ସେ ଧରିଥିବା ଶକ୍ତ ମୋଟା ପିଭିସି ପାଇପ ବାଡ଼ିରେ ମୋତେ ନିରଧୂମ ପିଟିଥିଲେ। ଏହା ଦେଖି ମୋ କର୍ମଚାରୀ ଅଟକରିବାକୁ ଆସିବାରୁ ତାଙ୍କୁବି ପିଟିଥିଲେ, ତୁକଣ ମୋତେ ଆଇନ ଶିଖାଉଛୁ ତୋତେ ମଦ ବିକ୍ରି ଆଉ ଗଂଜେଇ ଚାଲାଣ କେଶରେ ଭିତରକୁ ପଠାଇଦେବି କହି ଧମକ ଦେଇଥିଲେ, ମୋତେ ଜାଣିନୁ ମୁଁ କଣ କରିପାରେ ଏହା କହିକହି ଆମକୁ ପିଟିବାରେ ଲାଗିଥାନ୍ତି  ଆମେ  ପ୍ରାଣ ବିକଳରେ ଢ଼ାବା ଛାଡି ଚାଲିଗଲୁ । ପରଦିନ ଥାନାରେ ମୁଁ ଥାନା ଅଧିକାରୀଙ୍କ ନାମରେ ଏକ ଅଭିଯୋଗ ଲିଖିତ ଭାବେ ଦେବାକୁ ଆସି ନିରାଶ ହୋଇ ଫେରି ଆସିଲି , ଏହାପରେ ଗତ ଗୁରୁବାର ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଥିଲି ! ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୋତେ ୭ ଦିନ ମଧ୍ୟରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶୃତି ଦେଇଥିଲେ  ଏଠାରେ ଆମର ଦାବି ଥାନା ଅଧିକାରୀ ଚାପ  ଧାରୀ ପ୍ରଧାନ ଙ୍କୁ ତୁରନ୍ତ ନିଲମ୍ବିତ କରାଯାଉ ଓ  ଆଇନ ଅନୁଯାଇ ଦଣ୍ଡ ଦିଆଯାଉ , ଯଦି ଥାନା ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ମୁଁ ଜଣେ ଶିକ୍ଷିତ ଯୁବକ କିପରି ଜଣେ ମୂର୍ଖ ତାହାର ପରିଚୟ ଦେବାରେ ଭୁଲିବି ନାହିଁ ବୋଲି କହିଛନ୍ତି ଢ଼ାବା ମାଲିକ ସୁବ୍ରତ  କାହିଁକି ନା ମୋତେ ଥାନା ଅଧିକାରୀଙ୍କ ମାନସିକ ନିର୍ଯ୍ୟାତନା ବହୁତ ବାଧୁଛି  ଏହି ଘଟଣାକୁ ନେଇ ସାଧାରଣରେ ଥାନା ଅଧିକାରୀଙ୍କ ଉପରେ ବହୁ ଖରାପ ଟିପ୍ପଣୀ ଓ ଆସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *