Uncategorized

ମହାବୀର ଜୟନ୍ତୀରେ ରାଉରକେଲା ସହରରେ ବିରାଟ ଶୋଭାଯାତ୍ରା

ରାଉରକେଲା , ୨୧/୪ (ଉତ୍କଳ ସମାଚାର) : ରାଉରକେଲା ସହରରେ ମହାବୀର ଜୟନ୍ତୀ ଅବସରରେ ଏକ ବିଶାଳ ଶୋଭାଯାତ୍ରା ମଧୁସୂଦନ ଛକ ସ୍ଥିତ ଅମର ଭବନ ସମ୍ମୁଖରୁ ସକାଳ ୯ଟାରେ ବାହାରି ଥିଲା। ଶୋଭାଯାତ୍ରା ଅବସରରେ ଭଗବାନ ମହାବୀରଙ୍କ ପ୍ରତିମାକୁ ସଜ୍ଜିତ କରାଯିବା ସହିତ, ମହାବୀର ସମାଜର ପୁରୁଷ, ମହିଳା ଏବଂ ଯୁବବର୍ଗ ଶୋଭାଯାତ୍ରାରେ ଭାଗ ନେଇ ଢୋଲ, ନାଗରା ବାଦ୍ଯ ସହ ଅମର ଭବନ, ମଧୁସୂଦନ ଛକ ଦେଇ ମୁଖ୍ଯ ରାସ୍ତା ଦେଇ ପାଓ୍ବାର ହାଉସ୍ ଛକ ନିକଟ ଓଡିଶା ଟେକ୍ସଟାଇଲ କପଡା ଦୋକାନ ସମ୍ମୁଖ ଜୈନ ମନ୍ଦିରରେ ପହଞ୍ଚିଥିଲା। ଶୋଭାଯାତ୍ରା ସମୟରେ ରାସ୍ତାରେ ସର୍ବତ, ତରଭୁଜ, ଫଳ ବଣ୍ଟନ କରାଯାଇଥିଲା। ଜୈନ ମନ୍ଦିର ସମ୍ମୁଖରେ ନିୟମିତ ବଣ୍ଟନ କରାଯାଉଥିବା ପ୍ରସାଦ ମହାବୀର ସମାଜର ଲୋକମାନଙ୍କ ଦ୍ୱାରା ମନ୍ଦିର ସମ୍ମୁଖରେ ବଣ୍ଟନ କରାଯାଇଥିଲା। ଯେଉଁଥିରେ ଆଜି ସମାଜର ଶହ ଶହ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହାପରେ ବାସନ୍ତୀ କଲୋନୀ ସ୍ଥିତ ତେରାପନ୍ଥ ଜୈନ ଭବନରେ ସମାଜର ପିଲାମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଜି ଏହି କାର୍ଯ୍ୟକ୍ରମରେ ଦିଗମ୍ବର ଜୈନ ସମାଜ ଏବଂ ଶ୍ୱେତାମ୍ବର ଜୈନ ସମାଜର ଲୋକମାନେ ଅଂଶଗ୍ରହଣ କରିଥିଲେ। ଦିଗମ୍ବର ଜୈନ ମନ୍ଦିରର ଅଧ୍ଯକ୍ଷ ପୱନ କୁମାର ଜୈନ, ଉପାଧ୍ୟକ୍ଷ ଉମେଶ ଜୈନ, ସୁମେରମଲ ଜୈନ, ସମ୍ପାଦକ ସୁରେନ୍ଦ୍ର ଜୈନ ସମେତ ମୁରଲୀ ମୋହନ ଜୈନ, ଭିମଲ ଜୈନ, ସୁଭାଷ ଜୈନ, ଅଶୋକ ଜୈନ, ଦୀନେଶ ଜୈନ, ଟିଟୁ ଜୈଷ, ଦୀପକ ଜୈନ, ଆଡେଶ ଜୈନ, ଆନନ୍ଦ ଜୈନ, ଆୟୁଷ ଜୈନ, ଅକ୍ଷୟ ଜୈନ ସମେତ ଅନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ଶୋଭାଯାତ୍ରା ପାଇଁ ଟ୍ରାଫିକ୍ ବ୍ୟବସ୍ଥା କଡାକଡି କରାଯାଇଥିଲା।

Leave a Reply

Your email address will not be published. Required fields are marked *