Uncategorized

ବିଜେଡି ସାଂଗଠନିକ ବୈଠକ ସହ ମିଶ୍ରଣ ପର୍ବ ଅନୁଷ୍ଠିତ

ରାଉରକେଲା,୨୨/୪ (ଉତ୍କଳ ସମାଚାର): ଆଜି ବିରମିତ୍ରପୁର ଠାରେ ବିଜୁ ଜନତା ଦଳ ର ଏକ ସାଂଗଠନିକ ବୈଠକ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଜି କଂଗ୍ରେସ, ଜର୍ଜସେନା,ସମତା ପାର୍ଟି,ଆପ୍,ଜେଏମଏମ ପ୍ରଭୃତି ଦଳର ଶତାଧିକ କର୍ମୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ଓ ବିକାଶ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ରେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବିଜେଡି ଜିଲ୍ଲା ପର୍ଯ୍ଯବେକ୍ଷକ ପ୍ରିତୀ ରଞ୍ଜନ ଘଡାଇ ଯୋଗ ଦେଇ ବିଭିନ୍ନ ଦଳ ରୁ ଆସିଥିବା କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଓଡ଼ିଶାର ବିକାଶ ର ସାରଥି ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଗାଦି ରେ ବସାଇବା ନିମନ୍ତେ ତାଙ୍କ ର ଦ୍ବାରା ଚୟନ କରାଯାଇଥିବା ବିରମିତ୍ରପୁର ବିଧାନସଭା ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀ ଓ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଦିଲୀପ ତିର୍କୀ ଙ୍କୁ ଚଳିତ ନିର୍ବାଚନରେ ଲକ୍ଷାଧିକ ଭୋଟ ରେ ବିଜୟୀ କରିବା ପାଇଁ ଆହ୍ବାନ କରିଥିଲେ। ଏହି ଅବସରରେ ରେ ସାଂସଦ ପ୍ରାର୍ଥୀ ପଦ୍ମଶ୍ରୀ ଡ଼ଃ ଦିଲୀପ ତିର୍କୀ, ବିଧାୟକ ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀ, ବିରମିତ୍ରପୁର ର 4 ଥର ବିଧାୟକ ତଥା ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ, ସୁନ୍ଦରଗଡ଼ ପୈାରାଧ୍ଯକ୍ଷ ତଥା ବିରମିତ୍ରପୁର ନିର୍ବାଚନ ସଂଯୋଜକ ଦାୟିତ୍ଵ ରେ ଥିବା ସନ୍ଦୀପ ମିଶ୍ର, କୁଆଁରମୁଣ୍ଡା ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁଜୁର, ରାଉରକେଲା ସାଂଗଠନିକ ଜିଲ୍ଲା ସଭାପତି ହାଲୁ ମୁଣ୍ଡାରୀ , ବିରମିତ୍ରପୁର ପର୍ଯ୍ଯବେକ୍ଷକ ମନୋଜ ସେନାପତି, ପୈାର ଉପାଧ୍ୟକ୍ଷ ନିବେଦିତା ବାଗେ ପ୍ରମୁଖ ମଞ୍ଚାସୀନ ଥିଲେ। ସାଂଗଠନିକ ବୈଠକ ରେ ପ୍ରାୟ ହଜାରରୁ ଉର୍ଦ୍ଧ୍ଵ ସଂଖ୍ୟାରେ କର୍ମୀ ମାନେ ଉପସ୍ଥିତ ଥିଲେ । ଚଳିତ ନିର୍ବାଚନରେ ବିଜେଡି କୁ ବିଜୟୀ କରିବାକୁ ଉପସ୍ଥିତ ସମସ୍ତ କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *