Uncategorized

ବିରମିତ୍ରପୁର ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କଲେ ଲକ୍ଷ୍ମଣ ତିର୍କୀ

ରାଉରକେଲା ୨/୫,(ଉତ୍କଳ ସମାଚାର): ଆଜି ବିରମିତ୍ରପୁର ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଲକ୍ଷ୍ମଣ ତିର୍କୀ। ଶ୍ରୀ ତିର୍କୀ ତାଙ୍କ ସମର୍ଥକ ଓ ପ୍ରସ୍ତାବକଙ୍କ ଗହଣରେ ଆସି ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଧିକାରୀ ତଥା ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ କାର୍ଯ୍ଯାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କର ପ୍ରାର୍ଥୀତ୍ବକୁ ପ୍ରସ୍ତାବ କରିଥିଲେ ପୁରନ ଟପ୍ପୋ। ନାମାଙ୍କନ ପତ୍ର ଦାଖଲ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଅଦ୍ୟାବଧି ବିରମିତ୍ରପୁର ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଲକ୍ଷ୍ମଣ ତିର୍କୀଙ୍କ ସମେତ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶଙ୍କର ଓରାମ, ବିଜୁ ଜନତା ଦଳର ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଇଣ୍ଡିଆ ଗଠବନ୍ଧନ ପକ୍ଷରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀ ଭାବରେ ନିହାର ସୁରିନ୍ ପ୍ରାର୍ଥୀ ପତ୍ର ଦାଖଲ ଶେଷ ଦିନରେ ଅର୍ଥାତ୍ କାଲି ୩ ତାରିଖ ଶୁକ୍ରବାର ଦିନ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *