Uncategorized

କଂଗ୍ରେସ ର ବିଧାୟକ ପ୍ରାଥୀ ଶ୍ରୀ ବୀରେନ୍ଦ୍ର ନାଥ ପଟ୍ଟନାୟକ କୋଏଲନଗରରେ ପଦଯାତ୍ରା

ରାଉରକେଲା,୭/୫ (ଉତ୍କଳ ସମାଚାର): ଆଜି ତା ୭/୦୫/୨୦୨୪ ରିଖ ସକIଲ ୭ ଟା ରୁ ରାଉରକେଲା କଂଗ୍ରେସ ର ବିଧାୟକ ପ୍ରାଥୀ ଶ୍ରୀ ବୀରେନ୍ଦ୍ର ନାଥ ପଟ୍ଟନାୟକ କୋଏଲନଗର c ବ୍ଲକ ଛକ ରୁ ବାହାରି କୋଏଲନଗର ଏ ବ୍ଲକ, ବି ବ୍ଲକ, ଜଗଦା ଅଞ୍ଚଳ ରେ ନିର୍ବାଚନ ପଦଯାତ୍ରା କରି ଉକ୍ତ ଅଂଚଳ ର ଜନ ସାଧାରଣ ଙ୍କର ସମର୍ଥନ ଭିକ୍ଷା କରିବା ସହିତ ଶକ୍ତି ନଗର ଛକ ରେ ନିର୍ବାଚନୀ ସଭା କରି କଂଗ୍ରେସ ପ୍ରାଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକ କଂଗ୍ରେସ ର ଗ୍ୟାରେଣ୍ଟି ସମ୍ପର୍କ ରେ ବିଶଦ ଭାବରେ ଜନ ସାଧାରଣ ଙ୍କୁ ବୁଝେଇବା ସହିତ ରାଉରକେଲା ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଜନସାଧାରଣ ଙ୍କୁ ଉଦବୋଧନ ପ୍ରଦାନ କରି ଥିଲେ.. ଏହି ଅବସରରେ ତାଙ୍କ ସହିତ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରବି ରାୟ , ଜିଲ୍ଲା କଂଗ୍ରେସପୂର୍ବତନ ସଭାପତି ଶ୍ରୀ ରଶ୍ମି ପାଢ଼ୀ , ପିସିସି ସାଧାରଣ ସମ୍ପାଦକ ଶ୍ରୀ ପ୍ରବୋଧ ଦାସ , ଶ୍ରୀ ନାୟର, ସରୋଜ ଲେଙ୍କା , ନଚିକେତା ମହାପାତ୍ର , ଶିବୁ ଦୀପ , ଛାତ୍ର ସଭାପତି ସୂର୍ଯ୍ୟକାନ୍ତ ବାରିକ ,ଯୁବ ସଭାପତି ମୋତିଲାଲ ଦୀପ,ସିଲୁ ବରାଳ , ଗୀତା ସିଂହ , ଦୁଃଶା ନାୟକ , ଲତା ନାୟକ , ବ୍ଲକ ସଭାପତି ରମେଶ ଗୁପ୍ତା , ଭୀମ ମାହାତୋ , ପ୍ରକାଶ ଜେନା , ଡାଭିଡ କୁଜୁର , ଦିବକାର ଦୀପ ଆଦି ଉପସ୍ଥିତ ଥିଲେl

Leave a Reply

Your email address will not be published. Required fields are marked *