Uncategorized

କାଳ ବୈଶାଖିରେ ଗଛ ଉପୁଡ଼ି ଦିବ୍ୟଙ୍ଗଙ୍କ ଘର ଭାଙ୍ଗିଲା

ରାଇଘର,୯/୫ (ଉତ୍କଳ ସମାଚାର) (ନରସିଂ ବାଘ): ଆଜି ଭୋର ୪ ଟା ସମୟରେ କାଳବୈଶାଖୀ ପ୍ରଭାବରେ ଏକ ଗଛ ଉପୁଡି ନବରଂଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମ୍ଭାରପାରା ଗ୍ରାମର ଜଣେ ଦିବ୍ୟଙ୍ଗ ସୁବ୍ରତ ମଲ୍ଲିକଙ୍କ ଘର ଭାଙ୍ଗି ଯାଇଥିବା ଜଣାପଡିଛି | ଏହିି ଘଟଣାରେ ପରିବାର ଲୋକ ଅଲ୍ପକେ ବର୍ତ୍ତି ଯାଇଥିବା ବେଳେ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ବିପଦ ମୁକ୍ତ କରିଥିଲେ | ତେବେ ଘର ଭାଙ୍ଗି ଯାଇଥିବା ଯୋଗୁଁ ସୁବ୍ରତ ଓ ତାଂକ ମାଁ ଏବେ ପଡ଼ୋଶୀ ଘରେ ଆଶ୍ରୟ ନେଇଥିବା ଜଣାପଡ଼ିଛି l ସୂଚନା ଅନୁଯାୟୀ ସୁବ୍ରତ ଓ ତାଂକ ମାଁ ରାତିରେ ଖାଈ ସାରି ଶୋଇଥିବା ବେଳେ ଆଜି ଭୋର ୪ ଟା ସମୟରେ ହଟାତ ଘଡ଼ଘଡ଼ି ଓ ବିଜୁଳି ସହିତ ପବନ ବର୍ଷା ହୋଇଥିଲା l ଫଳରେ ତାଙ୍କ ଘର ନିକଟରେ ଥିବା ଏକ ଚାକୁଣ୍ଡା ଗଛ ଉପୁଡି ଯାଇ ଘର ଉପରେ ପଡ଼ିଥିଲା l ଘର ର ଟିଣ ଛପର ନଷ୍ଟ ହେବା ସହିତ ଘର କାନ୍ଥ ମଧ୍ୟ ଭାଙ୍ଗି ଯାଇଥିବା ବେଳେ ଦୁହେଁ ମାଁ ପୁଅ ଅଳ୍ପକେ ବର୍ତ୍ତି ଯାଇଥିଲେ | ଭୋର ସକାଳୁ ଏଭଳି ଅଘଟଣ ଘଟିବା ପରେ ସେମାନେ ପାଖ ପଡ଼ୋଶୀ ଲୋକଙ୍କୁ ଜଣାଇବା ସହିତ ସୁରକ୍ଷା ପାଇଁ ପଡ଼ୋଶୀ ଘରେ ଆଶ୍ରୟ ନେଇଥିଲେ | ସକାଳୁ ସୁଚନା ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ସଫା କରିବା ସହ ରାଜସ୍ୱ ବିଭାଗକୁ ଅବଗତ କରାଇଥିଲେ l ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ରିପୋର୍ଟ ସଂଗ୍ରହ କରିବା ସହିତ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ l ବାପାଙ୍କ ଅନ୍ତେ ସୁବ୍ରତ ନିଜ ମାଁ ଙ୍କୁ ନେଇ ବଜାରରେ ପାରିବା ବିକ୍ରି କରି ଦୁଃଖ କଷ୍ଟ ରେ ପରିବାର ଚଳାଇ ଆସୁଛନ୍ତି | ଏଥିସହିତ ସୁବ୍ରତ ଭଲ ଭାବେ ଚାଲି ପାରୁ ନଥିବା ସହିତ ଭଲରେ କଥାବାର୍ତ୍ତା ମଧ୍ୟ କରି ପାରୁ ନାହାନ୍ତି l ଅତ୍ୟନ୍ତ ଦୁଃଖରେ ରହିଥିବା ସୁବ୍ରତଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ସହିତ ଏକ ପକ୍କା ଘର ଜଗାଇ ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *