Uncategorized

ପାଣି ପାଇଁ ରାସ୍ତା ଉପରେ ଗରା ବାଲଟି ଧରି ବସିଲେ ଲୋକେ

ଅନୁଗୁଳ,୧୦/୫ (ଉତ୍କଳ ସମାଚାର): ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମ ପଞ୍ଚାୟତ ର ୮ ନିମ୍ବର ୱାର୍ଡ ତଥା ମହୁଲବୁରି ସାହିର ବାସିନ୍ଦା ଆଜି ଅପରାହ୍ନ ରେ ପାଣି ପାଇଁ ରାସ୍ତା ଉପରେ ଗରା ବାଲଟି ଧରି ବସିଛନ୍ତି। ସୂଚନା ଯେ, କାଣ୍ଡସର ପଞ୍ଚାୟତ ୮ ନିମ୍ବର ୱାର୍ଡ ତଥା ମହୁଲବୁରି ସାହିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ଖରା ଦିନ ହେଇଥିବାରୁ ପାଣି ର ସମସ୍ୟା ଦେଖା ଦେଇଛି। କାରଣ ପାଣି ଆସିବା ପାଇଁ ପାଖାପାଖି ଦୁଇ ବର୍ଷ ରୁ ଉର୍ଦ୍ଧ ଦିନ ହେଲା ପାଇପ୍ ପଡିଛି, କିନ୍ତୁ ପାଣି ର ଦେଖା ନାହିଁ । ପାଣି ଟୋପାଏ ପାଇଁ ପୋଖରି, କୂଅ ଏବଂ ନଳକୂପ ଉପରେ ନିର୍ଭର ହେଉଛନ୍ତି। ଯେହେତୁ ଖରା ଦିନ ପୋଖରି ଏବଂ କୂଅ ର ଜଳ ସ୍ତର କମି ଯାଇଛି। ନଳକୂପ ରୁ ପାଣି କମ ବାହାରୁଥିବା ବେଳେ ଅଧିକ ପାଣି ବ୍ୟବହାର କଲେ ଲୁହା ଗୁଣ୍ଡ ମଧ୍ୟ ବାହାରୁଛି। ପାଣି ସମସ୍ୟା ଯଥା ଶୀଘ୍ର ସମାଧାନ ନ କଲେ ଭୋଟ ଦେବୁ ନାହିଁ ବୋଲି କହିଛନ୍ତି ମହୁଲବୁରି ସାହି ବାସିନ୍ଦା।

Leave a Reply

Your email address will not be published. Required fields are marked *