ଖେଳମୁଖ୍ୟ ଖବରରାଜ୍ୟ

ସୋହେଲା କପ୍ ଟ୍ରଫି ର ବିଜେତା ହେଲା ଭୁବନେଶ୍ୱର

ସୋହେଲା,୧୮/୧୨ (ଉତ୍କଳ ସମାଚାର) ( ଅଶୋକ ବାଙ୍କ): ବରଗଡ଼ ଜିଲ୍ଲା ସୋହେଲା ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ସର୍ବ ଭାରତୀୟ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ଜଗା ୟୁନାଇଟେଡ ଏବଂ ବୀରମହାରାଜପୁର (ସିସିଏଫଏ) ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଖେଳର ଶେଷ ପର୍ଯ୍ୟନ୍ତ କୌଣସି ଦଳ ଗୋଲ ଦେଇ ପାରି ନ ଥିଲେ । ଶେଷରେ ଟ୍ରାଇ ବ୍ରେକର ଜରିଆରେ ୪/୩ ଗୋଲରେ ଜଗା ୟୁନାଇଟେଡ ଭୁବନେଶ୍ୱର ଦଳ ବୀରମହାରାଜପୁର (ସିସିଏଫଏ)କୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା।ଆଜିର ଖେଳକୁ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂହ ଯୋଗ ଦେଇ ଖେଳକୁ ଉଦ୍ଘାଟନ କରିଥିଲେ । ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଂସଦର ଉପ ସଭାପତି ଯୁଗଳ କିଶୋର ସିଂ ଯୋଗ ଦେଇଥିଲେ । ଅତିଥିମାନେ ପ୍ରଥମେ ମା ଦୁର୍ଗାଙ୍କ ଫଟୋ ଚିତ୍ରରେ ପୂଜା ଅର୍ଚ୍ଚନା କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ପରେ ଅତିଥି ମାନେ ଖେଳ ପଡିଆ ଭିତରକୁ ଯାଇ ଖେଳାଳୀ ମାନଙ୍କ ସହିତ କର ମର୍ଦନ କରି ଶୁଭେଚ୍ଛା ଜଣାଇ ଉତ୍ସାହିତ କରିଥିଲେ । ଆଜିର ଖେଳକୁ ଜାତୀୟ ରେଫରି କିଶନ ଦାସ (ଏଆଇଏଫଏଫ) ଖେଳ ପରିଚାଳନା କରିଥିବାବେଳେ ଫାଓ ରେଫରି ଶଶିକାନ୍ତ ଦାସିଆ,ଜିତେନ୍ଦ୍ରିୟ ଥନାପତି ଓ ରଞ୍ଜୁ ଛତରିଆ ସହଯୋଗ କରିଥିଲେ । ମ୍ୟାଚ କମିଶନର ଭାବରେ ସୁରେଶ ଦାସ ଦାୟିତ୍ଵ ନିର୍ବାହ କରିଥିଲେ। ଆଥଲେଟିକ ଆସୋସିଏସନର ସଭାପତି ସତ୍ୟ ନାରାୟଣ ଦେବତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦମପୁର ବିଧାୟିକା ଶ୍ରୀ ମତୀ ବର୍ଷା ସିଂ ବରିହା ଯୋଗ ଦେଇ ବିଜେତା ଦଳକୁ ୫୦ ହଜାର ଟଙ୍କା ଓ ଟ୍ରଫି ତଥା ଉପ ବିଜେତା ଦଳକୁ ୩୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଶ୍ରେଷ୍ଠ ଖେଳାଳୀ ଭାବରେ ଜଗା ୟୁନାଇଟେଡ ଦଳର ଦୁର୍ଗା ପ୍ରସାଦ ନାୟକ ପୁରସ୍କୃତ ହୋଇଥିଲେ । ମଞ୍ଚରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ବିଧାୟକ ସୁଶାନ୍ତ ସିଂହ ଓ ଜିଲ୍ଲା କ୍ରୀଡ଼ା ସଂସଦର କ୍ରୀଡା ସମ୍ପାଦକ ହରଦୀପ ସିଂ ମଞ୍ଚାସୀନ ଥିଲେ । ଟୁର୍ଣ୍ଣମେଣ୍ଟର ବିଭିନ୍ନ ଦିବସରେ ଇକବାଲ୍ ଖେରାନି, ଚନ୍ଦ୍ରମଣି ଭଞ୍ଜ, ପ୍ରେମଚାନ୍ଦ ଦୁଆନ ଓ ଅଞ୍ଜନ ପଧାନ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *