Uncategorized

କେନ୍ଦୁଝର : ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ପାଳିତ 

କେନ୍ଦୁଝର,୧୦/୫ (ଉତ୍କଳ ସମାଚାର): କେନ୍ଦୁଝର ସରକାରୀ ଫାର୍ମ ଠାରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ ହୋଇଯାଇଛି ।କୃଷି ଓ କୃଷକଙ୍କ ଗୁରୁତ୍ୱ ରଖୁଥିବା ଏହି ଦିବସ ପାଳନ ସମାରୋହରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସଭାପତିତ୍ୱ କରିବା ସହ ହଳ ଲଙ୍ଗଳ ଧରି ମାଟି କୋଡା ଖୋସା କରିବା ସହ ଅକ୍ଷୀ ମୁଠି ଅନୁକୂଳ କରିଥିଲେ । ଏହି ଅଵସରରେ ଶ୍ରୀ ଆଚାର୍ଯ୍ୟ କୃଷକ ଏବଂ କୃଷି କ୍ଷେତ୍ର ସହ ଜଡ଼ିତ ସମସ୍ତଙ୍କୁ ସୁଖ ସମୃଦ୍ଧି କାମନା କରିବା ସହ ଚାଷୀ ମାନଙ୍କ ଅମାର ପରିପୂର୍ଣ ରହୁ ବୋଲି ପ୍ରାର୍ଥନା କରିଥିଲେ । ଆହୁରିମଧ୍ୟ ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାକୁ ସୁଜଳା ସୁଫଳା ଶସ୍ୟ ଶ୍ୟାମଳାରେ ପରିପୂର୍ଣ କରିବା ଏବଂ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଚାଷୀ ମାନଙ୍କର ଅକୁଣ୍ଠ ସହଯୋଗ କାମନା କରିଥିଲେ । ଚାଷୀ ମାନେ ଦେଶର ମେରୁଦଣ୍ଡ ଏବଂ ଦେଶ ପ୍ରଗତିର ପ୍ରକୃତ ଧାରକ ବୋଲି ଅଭିହିତ କରି ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ରାଜ୍ୟକୁ ତଥା ଦେଶକୁ ଖାଦ୍ୟ ଶସ୍ୟ କ୍ଷେତ୍ରରେ ସ୍ୱାବଲମ୍ବୀ କରି ପାରିବ ବୋଲି ବାର୍ତ୍ତା ଦେଇଥିଲେ । ଏହି ସମାରୋହରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମିହିର କୁମାର ସାହୁ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର, ଜୁଡିଆ ଶ୍ରୀ ସୁକାନ୍ତ କୁମାର ସାହୁ, ଡ଼ିଆରସିଏମ କେନ୍ଦୁଝର ଶ୍ରୀ ତୁଷାରକାନ୍ତ ତୁଙ୍ଗ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ, ମଧ୍ୟମ ଜଳସେଚନ, ସମ୍ପାଦକ, ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ, କୃଷି ଜିଲ୍ଲା ଅଧିକାରୀ ଘଟଗାଁ ତଥା ସମସ୍ତ ବ୍ଲକର ବ୍ଲକ କୃଷି ଅଧିକାରୀ ସହକାରୀ କୃଷି ଅଧିକାରୀ ଅଗ୍ରଣୀ ଚାଷୀ କୃଷକ ସାଥି ଇତ୍ୟାଦି ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *