ଅପରାଧମୁଖ୍ୟ ଖବରରାଜ୍ୟ

ପୂର୍ବ ଶତ୍ରୁତା ରୁ ଡବଲ ମଡ଼ର ଅଭିଯୁକ୍ତ ର ଥାନା ରେ ଆତ୍ମସମର୍ପଣ

କୋଇଡା,୧୮/୧୨ (ଉତ୍କଳ ସମାଚାର): ସୁନ୍ଦରଗଡ଼ ଜିଲ୍ଲା କ. ବଲାଙ୍ଗ ଥାନା ଅନ୍ତର୍ଗତ ଅମୁରଡ଼ିହି ଗ୍ରାମ ନାଳ ନିକଟରୁ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ I ସୂଚନାରୁ ପ୍ରକାଶ କ.ବଲାଙ୍ଗ ଥାନା ଅନ୍ତର୍ଗତ ଆମୁରଡ଼ିହି ଗ୍ରାମରେ ଶନିବାର ଏକ ଭୋଜିର ଆୟୋଜନ କରାଯାଇଥିଲା ଏହି ଭୋଜିରେ ଚିକେନ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା I ଏହି ବଚସା ଧୀରେ ଧୀରେ ଉଗ୍ର ରୂପ ନେଇଥିଲା ଓ ଦୁଇ ଗୋଷ୍ଟୀ ମଧ୍ୟରେ ମାରପିଟ ହୋଇଥିଲା I ଅଭିଯୁକ୍ତ ଗୋଷ୍ଟୀ ର ଟାଙ୍ଗିଆ ଚୋଟ ରେ ଦୁଇ ଜଣ ଙ୍କ ମୃତ୍ୟୁ ଘଟିଥିଲା I ଆଜି ଅଭିଯୁକ୍ତ ଥାନା ରେ ଆତ୍ମସମର୍ପଣ କରିବା ପରେ ସେ ଦେଇଥିବା ତଥ୍ୟ ଅନୁସାରେ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ଲହୁଣୀପଡ଼ା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ I

Leave a Reply

Your email address will not be published. Required fields are marked *