ମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ

 ରାଜ୍ୟ ସରକାରଙ୍କ ସମାୟପଯୋଗୀ କାର୍ଯ୍ୟନୁଷ୍ଟାନ ରୋଗ ନିୟନ୍ତ୍ରଣ ଆଣିଦେଉଛି ।

ରାଉରକେଲା //20/12/2023//(ଉତ୍କଳ ସମାଚାର)://ରାଉରକେଲା ସରକାରୀ ଡାକ୍ତରଖାନାରେ ୮/୯ଦିନ ହେଲା କୌଣସି କାରଣରୁ  ୧୦୦ ରୁ ଉର୍ଦ୍ଧ ଲୋକ ଝାଡା ବାନ୍ତିର ଶିକାର ହୋଇ ୫ ଜଣ ମୃତ୍ୟୁ ବରଣ ଯୋଗୁ ରାଉରକେଲରେ ଭୟର ବାତାବରଣ ସୃଷ୍ଟି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଢ ପଦକ୍ଷେପ ତଥା ନିର୍ଦେଶ ଦ୍ଵାରା ଗତକାଲି ୫ଟି ଅଧକ୍ଷ,ମୁଖ୍ୟ ଶାସନ ଶଚିବ,ସ୍ୱାସ୍ଥ୍ୟ ସଚିବ,ଗୃହ ନଗର ଉନ୍ନୟନ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦେଶକ ଆବାସୀ ବ୍ୟବସ୍ତାରେ ସୁନ୍ଦରଗଡ ଜିଲ୍ଲାପାଳ,ମୋହ।ନଗର ନିଗମ କମିଶନର,ୱ।ଡକୋ ର ତିନିଜଣ ବରିଷ୍ଠ ଅଧିକାରୀ ଙ୍କ ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉଚସ୍ତରୀୟ ରିଭିୟୁ ମିଟିଂ କରଯାଇଥିଲା । ପୁନର୍ବାର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଆଜି ରାଉରକେଲକୁ ସ୍ୱାସ୍ଥ୍ୟ ସଚିବ ଏବଂ ଗୃହ ନଗର ଉନ୍ନୟନ ସଚିବ ଗ୍ରସ୍ତକାରୀ ସରକାରୀ ଡାକ୍ତର ଖାନାରେ ଜିଲ୍ଲାପାଳ ଏବଂ ଆରଜିଏଚ ଉଚ ପଦଧିକାରୀଙ୍କ ସହିତ ଏକ ଉଚସ୍ତରୀୟ ବୈଠକ କରିଥିଲେ । ଗୃହ ନଗର ଉନ୍ନୟନ ସଚିବ ଓ ଆରଏମସି କମିଶନର ଏବଂ ୱଡକୋ ପଦଧିକାରୀଙ୍କ ସହିତ ରାଉରକେଲାର ବିଭିର୍ଣ ଜାଗା ଜଳ ଯୋଗାଣ ବ୍ୟବସ୍ତାକୁ ତଦାରଖ କରିଥିଲେ । ସ୍ଥାନୀୟ ବିଧାୟକ ତଥା ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ସର୍କିଟ ହାଉସରେ ସଚିବ ମାନଙ୍କ ସହିତ ଉକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟ ସଚିବ ଙ୍କ ନିର୍ଦେଶ ଅନୁଯାଇ ସହରରେ ଥିବା ୧୦ ପ୍ରାଇମେରୀ ହେଲ୍ଥ ସେନ୍ଟରର ୨୪ ଘଣ୍ଟା ଖୋଲାଯାଇ  ରୋଗୀଙ୍କୁ ଚିକିଛା କରାଯିବ, ବିଜୁ ସ୍ୱାସ୍ଥ୍ୟ କାର୍ଡ ଧାରୀ ନିକଟସ୍ଥ ଘରୋଇ ଚିକିଛାଳୟରେ ଚିକିଛା ହୋଇ ପାରିବେ,ଯେଉମାନଙ୍କର ବିଜୁ ସ୍ୱାସ୍ଥ୍ୟ କାର୍ଡ ନଥିବ ସେଭଳି ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଭ ଫୁଣ୍ଡରୁ ସାହାଯ୍ୟ ପ୍ରଦାନ କରାଯିବ ।ଏହାସହିତ ଆହୁରି ଅଧିକ ତଦାରଖ କରିବାପାଇଁ କଟକ ବଡ ମେଡିକାଲରୁ ଏକ ୧୦ ଜଣିଆ ଡାକ୍ତରୀ ବିଶେଷଙ୍ଗ୍ୟ ଦଳ ରାଉରକେଲରେ ପହଁଚି ଛନ୍ତି । ଏସମସ୍ତ କାର୍ଯ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆନ୍ତରିକତା ଉଦ୍ୟମ ଯୋଗୁ ଝାଡା ବାନ୍ତି ରୋଗୀ ସଂଖ୍ୟା କ୍ରମଶ ହ୍ରାସ ପାଉଛି । ଏଥିନିମନ୍ତେ ରାଉରକେଲା ବିଜୁ ଜନତାଦଳ ସଭାପତି ହାଲୁ ମୁଣ୍ଡରୀ,କ।ର୍ଜ୍ୟକାରୀ  ସଭାପତି ପ୍ରଦ୍ୟମ୍ନ ତ୍ରୀପାଠୀ,ନଗର ସଭାପତି ଗଗନ ପଣ୍ଡା,ରାଜ୍ୟ ମହିଳା ଉପସଭାପତି ଶ୍ରୀମତୀ ରଶ୍ମିବ।ଳ। ମିଶ୍ର, ଜୋନ ସଭାନେତ୍ରୀ ସନ୍ଧ୍ୟା ଲକ୍ରା, ଆଇନିଜୀବୀ ରାଜ୍ୟ ଉପସଭାପତି ସନ୍ତୋଷ ନାୟକ, ଉପସଭାପତି ରଞ୍ଜିତ କିଷାନ, ଭୀମ ଚୌଧୁରୀ,ସୁଦାମ ଦାସ,ଜୟନ୍ତ କୁମାର ମିଶ୍ର,ଯୁବସଭାପତି ସୁଶାନ୍ତ ରାଉତ,ମହିଳା ସଭାନେତ୍ରୀ ଏମ୍ମା ଏକ୍କା, ଜୋଷଣା ନାୟକ,ଛାତ୍ର ନେତା ଡି ଅଭିକ କୁମାର ପ୍ରମୁଖ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *