ମହାନଗରମୁଖ୍ୟ ଖବରରାଜ୍ୟ

ଗଣମାଧ୍ୟମ ପେଶାରେ ଦକ୍ଷତା ଆଣିବାରେ ଅନ୍ତର୍ନିହିତ ଶକ୍ତି ମୁଖ୍ୟ ଅସ୍ତ୍ର ଆଲୋଚନାଚକ୍ର

ରାଉରକେଲା,୨୨/୧୨ (ଉତ୍କଳ ସମାଚାର): ସେକ୍ଟର ୨୦ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଠାରେ ସମ୍ବାଦିକ ମାନଙ୍କୁ ନେଇ ଏକ ଆଲୋଚନାଚକ୍ର ‘ଗଣମାଧ୍ୟମ ପେଶାରେ ଦକ୍ଷତା ଆଣିବାରେ ଅନ୍ତର୍ନିହିତ ଶକ୍ତି ମୁଖ୍ୟ ଅସ୍ତ୍ର ‘ ଅନୁଷ୍ଠିତ ହୋଇଯାଇଛି। ବିକେ ଅଞ୍ଜଳୀ ଙ୍କ ଆବାହକତ୍ଵ ଓ ବିକେ ଅନିତା ଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଆରଏସପି ଲୋକସମ୍ପର୍କ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀ ଓ ସମ୍ମାନିତ ଅତିଥି ଭାବେ ବିକେ ବିମଳା, ଏନ୍ଆଇଟି ର ପ୍ରଫେସର ବିକେ ଦିଲ୍ଲିପ ପ୍ରଧାନ, ଏଜିଏମ ବିକେ ଅରୁଣ ସାହୁ ଓ ମୁଖ୍ୟ ଆଲୋଚକ ଭାବେ ରାଷ୍ଟ୍ରୀୟ ପ୍ରବକ୍ତା ବିକେ ସୁଶାନ୍ତ ଭାଇ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଗଣମାଧ୍ୟମ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିବା ବେଳେ ଗଣମାଧ୍ୟମ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଧ୍ୟାତ୍ମିକତା ଓ ଶାନ୍ତିର ଆବଶ୍ୟକତା ଜରୁରୀ ହୋଇପଡିଛି। ଏଣୁ ଏହି ବୈ।ଦ୍ଧିକ ଆଧ୍ୟାତ୍ମିକ ଆଲୋଚନା ଚକ୍ରର ଉପାଦେୟ ଅନେକ ରହିଛି। ମୁଖ୍ୟ ଆଲୋଚକ ବିକେ ସୁଶାନ୍ତ କହିଲେ ଯେ ସକାରାତ୍ମକ ଚିନ୍ତନରେ ଅନ୍ତଶକ୍ତି ବୃଦ୍ଧି ହୁଏ। ଏହା ସହ ଆତ୍ମଚିନ୍ତନ, ପରମାତ୍ମା ଚିନ୍ତନ, ପବିତ୍ର ଚିନ୍ତନ, ଶାନ୍ତି, ସାମ୍ବାଦିକ ଙ୍କ ମୂଲ୍ୟବୋଧ, ଆଭ୍ୟନ୍ତରୀଣ ଶକ୍ତି, ସତ୍ୟତା ଓ ସଭ୍ୟତା ସମ୍ପର୍କରେ ଆଲୋଚନା କରିଥିଲେ। ଆଭ୍ୟନ୍ତରୀଣ ଶକ୍ତି ର ବିକାଶରେ ଖୁସି ସହ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ରଖିଥିଲେ। ବିକେ ଅରୁଣ ସ୍ବାଗତ ଭାଷଣ ସହ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଓ ବିକେ ଅଞ୍ଜଳୀ ଆଲୋଚନାଚକ୍ର ର ଉପାଦେୟତା ଓ ବ୍ୟବହାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରଫେସର ପ୍ରଧାନ ମିଡିଆର ଗୁରୁଦାୟିତ୍ଵ ଓ ଆଧ୍ୟାତ୍ମିକ ଲେଖା ଉପରେ ଗୁରୁତ୍ୱାରୋପ କରିଥିଲେ। ବିକେ ଅଞ୍ଜଳୀ ଶାନ୍ତି ର ଅନୁଭବ ନୀରବ ରହି ଧ୍ୟାନସ୍ଥ ହୋଇ କିପରି ଉପଲବ୍ଧି ହୁଏ ସେ ସମ୍ପର୍କରେ କହିଥିଲେ। ଏହି ଅବସରରେ ଦିବଙ୍ଗତ ଆତ୍ମା ଓ ସାଧାରଣ ଜନତା ଙ୍କ ସୁସ୍ଥତା କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ବିକେ ସର୍ବଶ୍ରୀ ବାଣେଶ୍ୱର, ରଶ୍ମି, ସୀମା, ଚିତ୍ତରଞ୍ଜନ, ଅମୂଲ୍ୟ, ବିଜୟ, ଗୈାରୀ, ଭାରତୀ,ପିଙ୍କି,କମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *